Image Courtesy of NDTV
ଲକ୍ଷ୍ନୌ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶ ଅନ୍ତର୍ଗତ ଭଗବାନ ବୁଦ୍ଧଙ୍କ ପରିନିର୍ବାଣ ଠାରେ ‘କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର’ ଉଦ୍ଘାଟନ କରିଛିନ୍ତି। ୧୩୦ଜଣ ଯାତ୍ରୀଙ୍କୁ ନେଇ ଶ୍ରୀଲଙ୍କାରୁ ଆସିଥିବା ଏକ ବିମାନ ମଧ୍ୟ ସେଠାରେ ଅବତରଣ କରିଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଭକ୍ତମାନଙ୍କ ପାଇଁ ଭଗବାନ ବୁଦ୍ଧଙ୍କ ସହ ବିଜଡ଼ିତ ସ୍ଥାନଗୁଡ଼ିକର ବିକାଶ ଏବଂ ଉତ୍ତମ ଯୋଗାଯୋଗ ସୁବିଧା ସୃଷ୍ଟି ନିମନ୍ତେ ଏବେ ଭାରତରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି। କୁଶୀନଗରର ବିକାଶ ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ପ୍ରାଥମିକତାରେ ଥିଲା।
ଗୁରତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଏ ଅଞ୍ଚଳରେ ସାମଗ୍ରିକ ଅର୍ଥନୈତିକ ନେଟ୍ଓ୍ଵାର୍କର ବିକାଶ କରିବା ସହ କୁଶୀନଗର ବିମାନ ବନ୍ଦର ନୂଆ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରିବ।
Image Courtesy of India Todayଏହି ବିମାନ ବନ୍ଦରକୁ ମିଶାଇ କେବଳ ଉତ୍ତର ପ୍ରଦେଶରେ ଲୋକମାନଙ୍କ ପାଇଁ ୯ଟି ନୂଆ ବିମାନ ବନ୍ଦର ଏବଂ ଟର୍ମିନାଲ୍ ନିର୍ମାଣ କରାଯାଇଛି। ଭାରତର ବୃହତ୍ତମ ବିମାନ ବନ୍ଦର ହେବାକୁ ଯାଉଥିବା ‘ଜେଓ୍ଵାର୍ ବିମାନ ବନ୍ଦର’ର କାର୍ଯ୍ୟ ରେକର୍ଡ ବେଗରେ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, କୁଶୀନଗର ହେଉଛି ସମଗ୍ର ବିଶ୍ୱର ବୌଦ୍ଧଧର୍ମ ଅନୁଗାମୀମାନଙ୍କ ନିମନ୍ତେ ଅନ୍ୟତମ ପ୍ରମୁଖ ତୀର୍ଥସ୍ଥାନ। ଏହା ହେଉଛି ଗୌତମ ବୁଦ୍ଧଙ୍କର ଅନ୍ତିମ ବିଶ୍ରାମ ସ୍ଥଳ। ମୃତ୍ୟୁ ପରେ ବୁଦ୍ଧ ସେଠାରେ ମହାପରିନିର୍ବାଣ ପ୍ରାପ୍ତ ହୋଇଥିଲେ।
ଶତାଧିକ ବୌଦ୍ଧ ଭିକ୍ଷୁ ପ୍ରତିନିଧିଙ୍କୁ ନେଇ ବାରାଣସୀରେ ପହଞ୍ଚିଥିବା ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ନାମାଲ ରଜପକ୍ଷେ କହିଛନ୍ତି, ଏହି ବିମାନ ବନ୍ଦର ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟାଏ ମହାନ୍ କାର୍ଯ୍ୟ। ତାହା ପୁଣି ଏଠାରେ ପ୍ରଥମ ଆନ୍ତର୍ଜାତିକ ବିମାନ ଭାବେ ଶ୍ରୀଲଙ୍କା ଏୟାର୍ ଲାଇନ୍ର ବିମାନକୁ ଅବତରଣ ପାଇଁ ଆମନ୍ତ୍ରଣ କରିଥିବାରୁ।
Follow Us