ମୋଦୀ ମହାନ: ଟ୍ରମ୍ପ୍‌

Advertisment
ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପାଇଁ ବ୍ୟାପିଲା କରୋନା: ସଞ୍ଜୟ ରାୱତ

The Financial Express

ନୂଆଦିଲ୍ଲୀ : ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ପାଇଁ ପ୍ରଥମେ ଭାରତକୁ ଧମକ ଦେଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଆଜି ତାଙ୍କ ସ୍ବର ବଦଳାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ରମ୍ପ୍‌ ମହାନ୍‌ କହିଛନ୍ତି। ଆମେରିକାର ଫକ୍ସ ନ୍ୟୁଜ୍‌ରେ ସାକ୍ଷାତକାର ଦେଇ ଟ୍ରମ୍ପ୍ ମୋଦୀଙ୍କୁ ଭୂୟସୀ ପ୍ରଶଂସା କହିଛନ୍ତି। ଟ୍ରମ୍ପ୍‌ କହିଛନ୍ତି ମୋଦୀ ମହାନ୍‌। ବାସ୍ତବ‌ରେ ମୋଦୀ ଜଣେ ଖୁବ୍‌ ଭଲ ମଣିଷ। ଆମେରିକା ପାଇଁ ଅତ୍ୟନ୍ତ ଜରୁରୀ ଥିବା ଔଷଧ ରପ୍ତାନୀ ଉପରୁ ସେ କଟକଣା ହଟାଇଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତ ଏବଂ ଆମେରିକା କୋଭିଡ୍‌ ମୁକାବିଲା ଦିଗରେ ଏକାଠି ଲଢ଼ିବେ ବୋଲି ଉଭୟ ମୋଦୀ ଏବଂ ଟ୍ରମ୍ପ୍‌ ସହମତି ପ୍ରକାଶ କରିଥିଲେ। ମୋଦୀ ଏବଂ ଟ୍ରମ୍ପ୍‌ ଏନେଇ ଟେଲିଫୋନ୍‌ରେ କଥା ହୋଇଥିଲେ। ତେବେ ଟ୍ରମ୍ପ୍‌ ଭାରତରୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ମାଗିଥିଲେ। କିନ୍ତୁ ମୋଦୀ କହିଥିଲେ ପ୍ରଥମେ ଭାରତର ୧୩୦ କୋଟି ଜନସାଧାରଣଙ୍କ ପାଇଁ ଔଷଧ ମହଜୁଦ୍‌ ରଖିବାପରେ ଆମେ ଚିନ୍ତା କରିବୁ। କିନ୍ତୁ ପରେ ଟ୍ରମ୍ପ୍‌ ଭାରତକୁ ଧମକାଇବା ପରେ ଭାରତ ସମ୍ପୂର୍ଣ୍ଣ ୟୁଟର୍ନ ନେଇଥିଲା। ଭାରତୀୟ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ ଗତକାଲି କୁହାଯାଇଥିଲା ଯେ ଯେଉଁ ଦେଶ ବାସ୍ତବରେ ନଭେଲ୍ କରୋନା ଭାଇରସ୍‌ ‌ଯୋଗୁଁ ଅତ୍ୟନ୍ତ ପ୍ରଭାବିତ ହୋଇଛି ସେସବୁ ଦେଶ ଗୁଡ଼ିକୁ ଭାରତ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଦେବ। ଭାରତ ମଧ୍ୟ ଏନେଇ କାର୍ଯ୍ୟ ଆରମ୍ଭ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe