ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସରକାରୀ ଗସ୍ତରେ ଇସ୍ରାଏଲରେ ପହଞ୍ଚିଛନ୍ତି । ତେଲ ଅଭିଭ୍ ବିମାନବନ୍ଦରରେ ପହଞ୍ଚିବା ପରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସାରା ନେତାନ୍ୟାହୁ ତାଙ୍କୁ ସ୍ୱାଗତ କରିଥିଲେ । ଆଗମନ ସମାରୋହ ପରେ, ଦୁଇ ପ୍ରଧାନମନ୍ତ୍ରୀ ଏକ ସଂକ୍ଷିପ୍ତ ସାକ୍ଷାତ କରିଥିଲେ । 

Advertisment

ଆହୁରି ପଢନ୍ତୁ- Epstein file controversy: ଏପ୍‌ଷ୍ଟିନ୍ ଫାଇଲ୍ ବିବାଦ, କର୍ମଚାରୀଙ୍କୁ କ୍ଷମା ମାଗିଲେ ବିଲ୍ ଗେଟ୍ସ: ରୁଷୀୟ ମହିଳାଙ୍କ ସହ ସମ୍ପର୍କ ମାନିଲେ

ହୋଟେଲରେ, ଭାରତୀୟ ସମ୍ପ୍ରଦାୟର ସଦସ୍ୟ ଏବଂ ଇହୁଦୀ ଭାରତୀୟ ପ୍ରବାସୀ ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କର ଭବ୍ୟ ସ୍ୱାଗତ କରିଥିଲେ । ସ୍ୱାଗତ ସମାରୋହରେ ଭାରତୀୟ ଏବଂ ଇସ୍ରାଏଲୀ କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା, ଯାହା ଦୁଇ ରାଷ୍ଟ୍ର ମଧ୍ୟରେ ସ୍ଥାୟୀ ବନ୍ଧୁତାର ପ୍ରତୀକ ଥିଲା ।

ଆହୁରି ପଢନ୍ତୁ-  Narendra Modi: ତେଲ ଅଭିଭ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ