ଯୁବପିଢ଼ିଙ୍କ ସ୍ବପ୍ନ ଭାଙ୍ଗି ଦେଇଥାଏ 'ପରିବାରବାଦ'; ଏଭଳି କହି କେସିଆରଙ୍କୁ ଟା‌‌ର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଯୁବପିଢ଼ିଙ୍କ ସ୍ବପ୍ନ ଭାଙ୍ଗି ଦେଇଥାଏ 'ପରିବାରବାଦ'; ଏଭଳି କହି କେସିଆରଙ୍କୁ ଟା‌‌ର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ

indiatoday

ହାଇଦ୍ରାବାଦ: ତେଲେଙ୍ଗାନାରେ ଟିଆରଏସ ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ତେଲେଙ୍ଗାନା ଗସ୍ତରେ ଥିବା ବେଳେ 'ପରିବାରବାଦ'କୁ ନେଇ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଗୋଟିଏ ପରିବାର ପାଇଁ ଉତ୍ସର୍ଗୀକୃତ ଦଳ କ୍ଷମତାକୁ ଆସନ୍ତି, ସେତେବେଳେ ସେହି ପରିବାରର ସଦସ୍ୟମାନେ ଦୁର୍ନୀତିର ସବୁଠାରୁ ବଡ଼ ଚେହେରା ପାଲଟିଯାଆନ୍ତି।

ରାଜ୍ୟରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ରାଜନୀତିରେ 'ପରିବାରବାଦ' ପାଇଁ ଦେଶର ଯୁବକ, ପ୍ରତିଭାମାନେ ରାଜନୀତିରେ ପ୍ରବେଶ କରିବାର ସୁଯୋଗ ପାଉନାହାଁନ୍ତି। ନେତାମାନେ ନିଜ ପରିବାରକୁ ଆଗରେ ରଖିବା ସହ ବାହାରୁ କୌଣସି ଯୁବପିଢ଼ିଙ୍କୁ ରାଜନୀତି କରିବାର ସୁଯୋଗ ଦେଉନାହାନ୍ତି। ଏହା ଦ୍ବାରା ରାଜନୀତିକୁ ଆସିବାର ସମସ୍ତ ବାଟ ଯୁବପିଢ଼ିଙ୍କ ପାଇଁ ବନ୍ଦ ହୋଇଯାଉଛି। ଏଥିପାଇଁ ଏବେ 'ପରିବାରବାଦ'ରୁ ମୁକ୍ତି ହିଁ ଭାରତ ପାଇଁ ଏକ ସଂକଳ୍ପ।

ସେ ଆହୁରି କହିଛନ୍ତି, ତେଲେଙ୍ଗାନାର ଲୋକମାନେ ଦେଖୁଛନ୍ତି ଯେ ଯେତେବେଳେ ଗୋଟିଏ ପରିବାର ପାଇଁ ଉତ୍ସର୍ଗୀକୃତ ଦଳ କ୍ଷମତାକୁ ଆସେ, ସେତେବେଳେ ସେହି ପରିବାରର ସଦସ୍ୟମାନେ ଦୁର୍ନୀତିର ସବୁଠାରୁ ବଡ ଚେହେରା ପାଲଟିଯାଆନ୍ତି। ତେଲେଙ୍ଗାନାର ଲୋକମାନେ ଦେଖୁଛନ୍ତି ଯେ ପରିବାର ପାଇଁ ଉତ୍ସର୍ଗୀକୃତ ଦଳ କେବଳ ନିଜକୁ ସମୃଦ୍ଧ କରନ୍ତି ଏବଂ ତାଙ୍କ ରାଜକୋଷ ଭରନ୍ତି। ଏହି ଦଳକୁ କ୍ଷମତାରୁ ହଟାଇବା ପରେ ହିଁ ବିକାଶ ଆଡକୁ ରାସ୍ତା ଖୋଲିବ। ବର୍ତ୍ତମାନ ଏହି ଅଭିଯାନକୁ ଆଗକୁ ନେବାର ଦାୟିତ୍ବ ତେଲେଙ୍ଗାନାର ମୋର ଭାଇ ଓ ଭଉଣୀମାନଙ୍କ ହାତରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe