କୋଭିଡ୍‌-୧୯ ମହାମାରୀ ବେଳେ ସମାଜ ସେବାରେ ‘ଏନ୍‌ସିସି’ର ଭୂମିକାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
କୋଭିଡ୍‌-୧୯ ମହାମାରୀ ବେଳେ ସମାଜ ସେବାରେ ‘ଏନ୍‌ସିସି’ର ଭୂମିକାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: କରୋନାଭାଇରସ୍‌ ମହାମାରୀ ସମେତ ଅନେକ ପ୍ରାକୃତିକ ଦୁର୍ବିପାକରେ ସହାୟତା କରିଥିବା କହି ପ୍ରଧାନମନ୍ତ୍ରୀ ମୋଦୀ ଆଜି ‘ନ୍ୟାସ୍‌ନାଲ୍‌ କାଡେଟ୍‌ କର୍ପସ୍‌’କୁ (ଏନ୍‌ସିସି) ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ୟା ହେଉ କି, ଅନ୍ୟ କୌଣସି ଦୁର୍ବିପାକ ହେଉ, ଏ ଦେଶର ଜନତାଙ୍କୁ ‘ଏନ୍‌ସିସି’ କ୍ୟାଡେଟ୍‌ ଗତବର୍ଷ ସାହାଯ୍ୟ କରିଛନ୍ତି। କରୋନା ସମୟରେ ସମଗ୍ର ଦେଶରେ ପ୍ରଶାସନ ଏବଂ ସମାଜ ସହ ମିଶି ଲକ୍ଷ ଲକ୍ଷ କ୍ୟାଡେଟ୍‌ କାମ କରିଛନ୍ତି। ଏହା ପ୍ରଶଂସନୀୟ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମାଜରେ ଶୃଙ୍ଖଳା ରକ୍ଷା ନିମନ୍ତେ ‘ଏନ୍‌ସିସି’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଜାନୁଆରି ୨୬ ପରେଡ୍‌ରେ ତୁମ୍ଭେମାନେ ବିଚକ୍ଷଣ ପାରଦର୍ଶିତା ପ୍ରଦର୍ଶନ କରି ଦେଶକୁ ଗର୍ବିତ କରିଛ। ଆମ୍ଭେ ଲକ୍ଷ୍ୟ କରିଛନ୍ତି ଯେ, ଶୃଙ୍ଖଳିତ ଦେଶମାନେ ସମଗ୍ର ବିଶ୍ୱରେ ଆଧିପତ୍ୟ ପ୍ରଦର୍ଶନ କରନ୍ତି। ଭାରତରେ ସାମାଜିକ ଜୀବନରେ ଶୃଙ୍ଖଳା ଆଣିବାରେ ‘ଏନ୍‌ସିସି’ ପ୍ରମୁଖ ଭୂମିକା ଗ୍ରହଣ କରିପାରେ।

publive-image Image Courtesy of AIR

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏନ୍‌ସିସି’ ସହାୟତା ଯୋଗୁଁ ଆଜି ଦେଶରୁ ନକ୍ସଲ୍‌ବାଦ ଲୋପ ପାଇ ମାତ୍ର ଅଳ୍ପ କେତୋଟି ଜିଲ୍ଲାରେ ରହିଛି।

‘ଏନ୍‌ସିସି’ରେ ବାଳିକା କ୍ୟାଡେଟ୍‌ ୩୫% ବୃଦ୍ଧି ପାଇଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ଦିଲ୍ଲୀର କେରିପା ଗ୍ରାଉଣ୍ଡ୍‌ରେ ‘ଏନ୍‌ସିସି’ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଥିଲା। ଏହି ରାଲିରେ ସେ ପରେଡ୍‌ ଦେଖିବା ସହ ‘ଏନ୍‌ସିସି’ କ୍ୟାଡେଟ୍‌ମାନଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe