ଭାରତରେ ‘୫ଜି’ ମୋବାଇଲ୍‌ ସେବା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଭାରତରେ ‘୫ଜି’ ମୋବାଇଲ୍‌ ସେବା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଷ୍ଠ ‘ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ’ (ଆଇଏମ୍‌ସି) ଉଦ୍‌ଘାଟନ କରିବା ଅବସରରେ ଭାରତରେ ‘୫ଜି’ (ଫିଫ୍‌ଥ୍‌ ଜେନେରେସନ୍‌) ମୋବାଇଲ୍‌ ସେବାର ଶୁଭାରମ୍ଭ କରିଛନ୍ତି।

ଅକ୍ଟୋବର ୨୫ ତାରିଖରେ ଦେଶର ୪ଟି ମେଟ୍ରୋ ସହରରେ ‘ରିଲାଏନ୍‌ସ୍‌ ଜିଓ’ ଏହି ସେବା ଉପଲବ୍ଧ କରାଇବ। କିନ୍ତୁ, ଆଗାମୀ ଦୁଇ ବର୍ଷ ମଧ୍ୟରେ ‘୫ଜି’ ସେବା ସମଗ୍ର ଦେଶରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ‘୫ଜି’ ସେବା ପ୍ରଚଳନ ଫଳରେ ସମାଜ ଓ ଅର୍ଥନୀତିରେ ଆମୂଳଚୂଳ ପରିବର୍ତ୍ତନ ଘଟିବ। ଏହାଦ୍ବାରା, ଇଣ୍ଟର୍‌ନେଟ୍‌ ସେବା ଅତ୍ୟନ୍ତ କ୍ଷିପ୍ର ହେବା ସହ ନୂତନ ଆର୍ଥିକ ସୁଯୋଗ ଓ ସାମାଜିକ ସୁବିଧା ବା ଲାଭ ମିଳିବ ବୋଲି ଆଶା କରାଯାଉଛି।

publive-image Image Courtesy of Zee News

‘୫ଜି’ ସେବା ପ୍ରଚଳନ କରିବାରେ ଭାରତ ହେଉଛି ବିଶ୍ବର ୫ମ ରାଷ୍ଟ୍ର।

ଆଜି ‘ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ’ ବୁଲି ଦେଖିବା ବ‌େଳେ ‘ରିଲାଏନ୍‌ସ୍‌ ଜିଓ’ର ଆକାଶ ଅମ୍ବାନୀ ‘୫ଜି’ ପ୍ରଯୁକ୍ତିବିଦ୍ୟାର ‘ଡେମୋ’ ଦେଖାଇଥିଲେ। ବିପର୍ଯ୍ୟୟ ପରିଚାଳନା ‌‌କ୍ଷେତ୍ରରେ ଏହାର ପ୍ରୟୋଗ ବିଷୟରେ ମଧ୍ୟ ବିଶେଷଜ୍ଞମାନେ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ‘୫ଜି’ ଆମ୍ବୁଲାନ୍‌ସ୍‌ ସେବା ବିଷୟରେ ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୁଝାଇ କହିଛନ୍ତି ଯେ, ନଗରାଞ୍ଚଳ ଓ ଗ୍ରାମଞ୍ଚଳ ସ୍ବାସ୍ଥ୍ୟ ସେବା ମଧ୍ୟରେ ଏହା ସମନ୍ବୟ ରକ୍ଷା କରିବ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ‘୫ଜି’ ପ୍ରଯୁକ୍ତିବିଦ୍ୟା ବଳରେ ଦୂରେ ଥିବା ଗୋଟାଏ ଯାନ ଚଳାଇ ପରୀକ୍ଷା କରିବା ସହ ସେଠାରେ ଥିବା ‘ଆତ୍ମନିର୍ଭର ଭାରତ’ ପାଭିଲିୟନ୍‌ ବୁଲି ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe