ଆତ୍ମନିର୍ଭର ଭାରତ ଇନୋଭେସନ ଚାଲେଞ୍ଜ ଉଦ୍‌ଘାଟିତ

Advertisment
ଆତ୍ମନିର୍ଭର ଭାରତ ଇନୋଭେସନ ଚାଲେଞ୍ଜ ଉଦ୍‌ଘାଟିତ

Flipboard

ନୂୂଆଦିଲ୍ଲୀ : ଦେଶର ଜନସାଧାରଣଙ୍କ ଦ୍ବାରା ବ୍ୟବହୃତ ଶ୍ରେଷ୍ଠ ଭାରତୀୟ ଆପ୍‌ଗୁଡ଼ିକୁ ଚିହ୍ନଟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଇନୋଭେସନ ଚାଲେଞ୍ଜର ଉଦ୍‌ଘାଟନ କରିଛନ୍ତି। ଆଜିକାଲି ବୈଷୟିକ ଷ୍ଟାର୍ଟ ଅପ ଗୋଷ୍ଠୀଙ୍କ ମଧ୍ୟରେ ଭାରତୀୟ ଆପଗୁଡିକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରବଳ ଉତ୍ସାହ ରହିଛି। ସେମାନଙ୍କ ଚିନ୍ତାଧାରା ଓ ଉତ୍ପାଦକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ଇଲେକ୍‌ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଟଳ ଇନୋଭେସନ ମିଶନ ସହ ମିଶି ଆତ୍ମନିର୍ଭର ଭାରତ ଆପ୍‌ ଇନୋଭେସନ ଚାଲେଞ୍ଜ କାର୍ଯ୍ୟ ହାତକୁ ନେଇଛି। ଏହା ଦୁଇଟି କ୍ଷେତ୍ରରେ କାର୍ଯ୍ୟ କରିବ। ସେଥିରେ ଗୋଟିକରେ ବର୍ତ୍ତମାନର ଆପ୍‌ଗୁଡିକର ଉନ୍ନୟନ ଓ ଦ୍ୱିତୀୟଟିରେ ନୂଆ ଆପ୍‌ ବିକଶିତ କରାଯିବ। ଆତ୍ମନିର୍ଭର ଭାରତ ଆପ୍‌ ପ୍ରସ୍ତୁତିରେ ଅଂଶୀଦାର ହେବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe