ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ ଉପରେ ଧ୍ୟାନ ଦେବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ ଉପରେ ଧ୍ୟାନ ଦେବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of India Today

ନୂଆଦିଲ୍ଲୀ: ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ (ପାଞ୍ଚ ପ୍ରତିଜ୍ଞା) ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଆଜି ଭାରତର ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

‘ପଞ୍ଚପ୍ରାଣ’ର ପ୍ରଥମଟି ହେଉଛି ବୃହତ୍ତର ପ୍ରତିଜ୍ଞା ଏବଂ ବିକଶିତ ଭାରତର ପ୍ରତିଜ୍ଞା ସହ ଅଗ୍ରସର ହେବା; ଦ୍ବିତୀୟଟି ହେଉଛି, ଦାସତ୍ବର ସମସ୍ତ ଚିହ୍ନ ପୋଛି ଦେବା; ତୃତୀୟଟି ହେଉଛି, ଆମର ଐତିହ୍ୟ ପାଇଁ ଗୌରବାନ୍ବିତ ମନେକରିବା; ଚତୁର୍ଥଟି ହେଉଛି, ୧୩୦କୋଟି ଜନତାଙ୍କ ମଧ୍ୟରେ ଏକତାକୁ ସୁଦୃଢ଼ କରିବା ଏବଂ ପଞ୍ଚମଟି ହେଉଛି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ନାଗରିକମାନେ କର୍ତ୍ତବ୍ୟ ପ୍ରତି ଦୃଷ୍ଟି ଦେବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

publive-image Image Courtesy of India Today

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ହେଉଛି ଏକ ଆକାଙ୍‌କ୍ଷୀ ସମାଜ ଯେଉଁଠି ପରିବର୍ତ୍ତନ ସମ୍ମିଳିତ ଶକ୍ତିରେ ସମ୍ଭବ ହୁଏ। ଭାରତୀୟମାନେ ସକାରାତ୍ମକ ପରିବର୍ତ୍ତନ ଚାହୁଁଛନ୍ତି ଓ ସେଥିପ୍ରତି ଅବଦାନ ଦେବାକୁ ମଧ୍ୟ ଆଗ୍ରହୀ। ପ୍ରତ୍ୟକ ସରକାର ଏହି ଆକାଙ୍‌କ୍ଷୀ ସମାଜର ସମସ୍ୟା ବୁଝିବା କଥା।

ଭାରତ ହେଉଛି ଗଣତନ୍ତ୍ରର ଜନନୀ। ନିଜର ୭୫ ବର୍ଷ ଯାତ୍ରା କାଳରେ ଭାରତ ଅନେକ ଆହ୍ବାନର ସମ୍ମୁଖୀନ ହୋଇ ପ୍ରମାଣ କରି ଦେଇଛି ଯେ, ସେସବୁର ମୁକାବିଲା କରିବାକୁ ତା’ର କ୍ଷମତା ଅଛି।

ଉଦ୍‌ବୋଧନ ଆରମ୍ଭ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଲାଲ୍‌ କିଲାରୁ ଜାତିକୁ ସମ୍ବୋଧନ କରିବାରେ ମୁଁ ହେଉଛି ସ୍ବାଧୀନତା ପରେ ଜନ୍ମିତ ପ୍ରଥମ ବ୍ୟକ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe