Image Courtesy of India Today
ନୂଆଦିଲ୍ଲୀ: ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସଶ୍ରଦ୍ଧ ସ୍ମରଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଟୁଇଟର୍ରେ ପୋଷ୍ଟ୍ କରିଥିବା ଭିଡିଓ ଶ୍ରଦ୍ଧାଞ୍ଜଳିରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଭାରତ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ପାଳନ କରୁଥିବାରୁ ଏଥର ଗାନ୍ଧୀ ଜୟନ୍ତୀ ବିଶେଷ ଗୁରୁତ୍ବ ବହନ କରୁଛି। ଆମେ ସଦାସର୍ବଦା ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥାଉ।
ଶ୍ରଦ୍ଧା ଅର୍ଘ୍ୟ ଅର୍ପଣ କରିବାକୁ ଦିଲ୍ଲୀରେ ଥିବା ଗାନ୍ଧୀଜୀଙ୍କ ସମାଧିସ୍ଥଳ ରାଜଘାଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ଜନସାଧରଣଙ୍କୁ ଅନୁରୋଧ କରି କହିଛନ୍ତି କି, ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଖଦୀ ଓ ହସ୍ତଶିଳ୍ପ ସାମଗ୍ରୀ ଖରିଦ କରନ୍ତୁ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଜାତିର ଜନକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ମହାତ୍ମା ଗାନ୍ଧୀଙ୍କର ୧୫୩ତମ ଜୟନ୍ତୀ ଅବସରରେ ମୁଁ ଦେଶବାସୀଙ୍କ ତରଫରୁ ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶାନ୍ତି, ସମାନତା ଓ ସାମ୍ପ୍ରଦାୟିକ ସହାବସ୍ଥାନର ମୂଲ୍ୟବୋଧ ପ୍ରତି ପୁନଃ ଉତ୍ସର୍ଗ ହେବା ପାଇଁ ଏହା ଗୋଟାଏ ଅବସର।
Image Courtesy of Zee Newsସେହିପରି, କଂଗ୍ରେସ ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ରାଜଘାଟକୁ ଯାଇ ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ତାଙ୍କର ପ୍ରେରଣାଦାୟୀ ଜୀବନର ମୂଲ୍ୟବୋଧ–ଶାନ୍ତି, ସମାନତା ଓ ସାମ୍ପ୍ରଦାୟିକ ସହାବସ୍ଥାନ ପ୍ରତି ପୁନଃ ଉତ୍ସର୍ଗ ହେବା ପାଇଁ ଏହା ଆମ ସମସ୍ତଙ୍କ ପାଇଁ ଗୋଟାଏ ଅବସର।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ମଧ୍ୟ ଟୁଇଟ୍ କରି ‘ଆନ୍ତର୍ଜାତିକ ଅହିଂସା ଦିବସ’ ପାଳନ କରିବା ସହ ଗାନ୍ଧୀଜୀଙ୍କ ବାଣୀ ସ୍ମରଣ କରିଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତିକ ଅହିଂସା ଦିବସରେ ଆମେ ଗାନ୍ଧୀଜୀଙ୍କ ଜନ୍ମଦିନ ପାଳିବା ସହିତ ଶାନ୍ତି, ସମ୍ମାନ ଓ ମର୍ଯ୍ୟାଦାକୁ ଗୁରୁତ୍ବ ଦେବା। ଏହି ମୂଲ୍ୟବୋଧକୁ ଆପଣାଇ ସମସ୍ତ ସଂସ୍କୃତିକୁ ନେଇ କାର୍ଯ୍ୟ କଲେ ଆଜିର ସମସ୍ୟାଗୁଡ଼ିକୁ ମୁକାବିଲା କରିପାରିବା।
Follow Us