ଏସ୍‌ସିଓ ଶିଖରରେ ଯୋଗ ଦେବା ପାଇଁ ମୋଦିଙ୍କ ଚୀନ୍‌ ଯାତ୍ରା

ଏସ୍‌ସିଓ ଶିଖରରେ ଯୋଗ ଦେବା ପାଇଁ ମୋଦିଙ୍କ ଚୀନ୍‌ ଯାତ୍ରା

ନୂଆଦିଲ୍ଲୀ: ‘ସଙ୍ଘାଇ କୋପରେସନ୍‌ ଅର୍ଗାନାଇଜେସନ୍‌’ର (ଏସ୍‌ସିଓ) ରାଷ୍ଟ୍ର ପରିଷଦ୍‌ ମୁଖ୍ୟମାନଙ୍କ ବାର୍ଷିକ ବୈଠକରେ ଯୋଗ ଦେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଚୀନ ଗସ୍ତରେ ଯାଇଛନ୍ତି।

ଚୀନ୍‌ ଅନ୍ତର୍ଗତ କ୍ୱିନ୍ଦାଓ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଏସ୍‌ସିଓ ଶିଖରରେ ପ୍ରଥମ ଥର ପାଇଁ ଭାରତ ଜଣେ ପୂର୍ଣ୍ଣ ସଦସ୍ୟ ଭାବେ ଅଂଶ ଗ୍ରହଣ କରୁଛି। ଶନିବାର ସକାଳ ୭ଟା ବେଳେ ଭାରତ ଛାଡ଼ି ଥିବା ଭାରତୀୟ ପ୍ରତିନିଧି ଦଳ ଅପରାହ୍ଣ ସାଢ଼େ ତିନିଟା ବେଳେ କ୍ୱିନ୍ଦାଓରେ ପହଞ୍ଚିବେ।

ଚୀନ୍‌ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିବୃତି ଦେଇ କହିଛନ୍ତି ଯେ ଏହା ଭାରତ ପାଇଁ ଏକ ନୂତନ ଆରମ୍ଭ। ମୋର ବିଶ୍ୱାସ ଏକ ନୂତନ ଅୟାମାରାମ୍ଭ ପାଇଁ ଭାରତର ଯୋଗଦାନ ଏସ୍‌ସିଓ ଆଜେଣ୍ଡାକୁ କ୍ୱିନ୍ଦାଓ ଶିଖର ବୈଠକ ଆହୁରି ସମୃଦ୍ଧ କରିବ।

ଏହି ଏସ୍‌ସିଓରେ ଆତଙ୍କବାଦ, ବିଚ୍ଛିନ୍ନତାବାଦୀ ବିରୋଧରେ ଲଢ଼େଇ ଠାରୁ ଆରମ୍ଭ କରି ଯୋଗାଯୋଗ, ବାଣିଜ୍ୟ, ଟିକସ୍‌, ଆଇନ୍‌, ସ୍ୱାସ୍ଥ୍ୟ, କୃଷି ପରିବେଷ, ଦୁର୍ବିପାକ ହଟାଅ ଏବଂ ଲୋକମାନଙ୍କର ଲୋକମାନଙ୍କ ସହ ସିଧାସଳଖ ଯୋଗସୂତ୍ର ଆଦି ବିଷୟ ଆଲୋଚନା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe