ଜଳବାୟୁ ସମ୍ମିଳନୀ ଶେଷ କରି ସ୍ୱଦେଶ ଫେରିବା ପୂର୍ବରୁ ଭାରତୀୟ ବଂଶୋଦ୍ଭବଙ୍କ ଗହଣରେ ବାଜା ବଜାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଜଳବାୟୁ ସମ୍ମିଳନୀ ଶେଷ କରି ସ୍ୱଦେଶ ଫେରିବା ପୂର୍ବରୁ ଭାରତୀୟ ବଂଶୋଦ୍ଭବଙ୍କ ଗହଣରେ ବାଜା ବଜାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Zee News

ଗ୍ଲାସ୍‌ଗୋ: ୫ଦିନିଆ ରୋମ୍‌, ଇଟାଲି ଓ ଇଂଲଣ୍ଡ୍‌ର ଗ୍ଲାସଗୋ ଗସ୍ତ ଶେଷକରି ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱଦେଶ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମେଲାଣି ଦେବା ପାଇଁ ରଙ୍ଗବିରଙ୍ଗ ପୋଷାକ ପରିହିତ ବହୁସଂଖ୍ୟକ ପ୍ରବାସୀ ଓ ଭାରତୀୟ ବଂଶୋଦ୍ଭବ ହୋଇଥିଲେ। ଭାରତ ଅଭିମୁଖେ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସମବେତ ଜନତାଙ୍କ ମେଳରେ ବାଜା ମଧ୍ୟ ବଜାଇଥିଲେ।

ଅକ୍ଷୟଶକ୍ତି ନିମନ୍ତେ ଭାରତ ପୂବରୁ ଘୋଷଣା କରିଥିବା ପ୍ରତିଶ୍ରୁତିକୁ ଗ୍ଲାସଗୋରେ ଅନୁଷ୍ଠିତ ‘ସିଓପି୨୬’ରେ ଭାରତ ଆହୁରି ବୃଦ୍ଧି କରିବା ସହ ଭବିଷ୍ୟତର ବୈଶ୍ୱିକ ସମସ୍ୟାରେ ଭାରତର ସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ‘ଜି୨୦’ ସମ୍ମିଳନୀରେ ବିଶ୍ୱ ନେତୃବୃନ୍ଦଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି।

publive-image

Image Courtesy of The Hindu

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଦୁଇ ଦିନ ଧରି ପୃଥିବୀର ଭବିଷ୍ୟତ ସଂକ୍ରାନ୍ତରେ ବ୍ୟାପକ ଆଲୋଚନା କରି ଗ୍ଲାସ୍‌ଗୋରୁ ବାହାରୁଛି। ଭାରତ କେବଳ ଯେ ‘ପ୍ୟାରିସ୍‌ ପ୍ରତିବଦ୍ଧତା’କୁ ଟପିଯାଇଛି ତାହା ନୁହେଁ, ଆଗାମୀ ୫୦ ବର୍ଷ ପାଇଁ ମଧ୍ୟ ଉଚ୍ଚକାଙ୍‌କ୍ଷା ଧାର୍ଯ୍ୟ କରିଛି।

ଅନ୍ୟ ଏକ ଟୁଇଟ୍‌ରେ ସେ ଲଖିଛନ୍ତି, ଦୀର୍ଘ ଦିନ ପରେ ପୁରୁଣା ବନ୍ଧୁମାନଙ୍କୁ ସଶରୀର ଦେଖିବା ଓ କିଛି ନୂଆ ବନ୍ଧୁଙ୍କୁ ଭେଟିବା ବଡ଼ ଆନନ୍ଦର କଥା। ଆମକୁ ଆତିଥ୍ୟ ପ୍ରଦାନ କରିଥିବା ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ପ୍ରତି ଏବଂ ମନୋରମ ଗ୍ଲାସ୍‌ଗୋରେ ସ୍କଟ୍‌ଲାଣ୍ଡ୍‌ବାସୀଙ୍କ ନିବିଡ଼ ଆତିଥ୍ୟ ପାଇଁ ମୁଁ ଚିର କୃତଜ୍ଞ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe