ଆପଣଙ୍କ କାମ ଦେଖି ଚିଠି ଲେଖିବା ପାଇଁ ନିଜକୁ ଅଟକାଇ ପାରିଲି ନାହିଁ: ମୋଦୀ

ସୁନୀତା ପୃଥିବୀକୁ ଫେରିବା ପୂର୍ବରୁ ମୋଦୀ ସୁନୀତା ୱିଲିୟମ୍ସଙ୍କୁ ଚିଠି ଲେଖି ତାଙ୍କର ସୁରକ୍ଷିତ ଯାତ୍ରାର ପ୍ରାର୍ଥନା ପାଇଁ କରି ଉଲ୍ଲେଖ କରିଛନ୍ତି କି, ‘ଭାରତବାସୀଙ୍କ ପକ୍ଷରୁ ଆପଣଙ୍କୁ ଅନେକଅନେକ ଶୁଭେଚ୍ଛା।

ନତଦପନଦ

ନୂଆଦିଲ୍ଲୀ: ଭାରତର ଝିଅ ତଥା ମହାକାଶ ବିଜ୍ଞାନୀ ସୁନୀତା ୱିଲିଅମ୍ସ ପୃଥିବୀକୁ ଫେରିବାର ଯାତ୍ରା ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ମାସ ପରେ ମହାକାଶରେ ଫସିଥିବା ମହାକାଶ ବିଜ୍ଞାନୀ ସୁନୀତା ୱିଲିଅମ୍ସ ଓ ବୁଚ୍ ୱିଲମୋର ମଙ୍ଗଳବାର ସକାଳ ୧୦.୩୦ରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରୁ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ମହାକାଶ ବିଜ୍ଞାନୀଙ୍କ ସ୍ପେସ ଏକ୍ସ ଡ୍ରାଗନ୍ ବୁଧବାର ସକାଳ ୩.୨୭ରେ ଅବତରଣ କରିବ। ବିଶ୍ବ ଭାରତର ଝିଅ ତଥା ମହାକାଶ ବିଜ୍ଞାନୀ ସୁନୀତା ୱିଲିଅମ୍ସଙ୍କ ସୁରକ୍ଷିତ ଯାତ୍ରା ଓ ଅବତରଣ ପାଇଁ ପ୍ରାର୍ଥନା କରୁଛି। 

ସୁନୀତା ପୃଥିବୀକୁ ଫେରିବା ପୂର୍ବରୁ ମୋଦୀ ସୁନୀତା ୱିଲିୟମ୍ସଙ୍କୁ ଚିଠି ଲେଖି ତାଙ୍କର ସୁରକ୍ଷିତ ଯାତ୍ରାର ପ୍ରାର୍ଥନା ପାଇଁ କରି ଉଲ୍ଲେଖ କରିଛନ୍ତି କି, ‘ଭାରତବାସୀଙ୍କ ପକ୍ଷରୁ ଆପଣଙ୍କୁ ଅନେକଅନେକ ଶୁଭେଚ୍ଛା। ଆଜି ଏକ କାର୍ଯ୍ୟକ୍ରମରେ ମୋର ସାକ୍ଷାତ ମହାକାଶଚାରୀ ମାଇକ ମେସିମିନୋଙ୍କ ସହିତ ହୋଇଥିଲା। ତାଙ୍କ ସହିତ କଥାବାର୍ତ୍ତା ହେଉଥିବା ସମୟରେ ଆପଣଙ୍କ ବିଷୟରେ ଆଲୋଚନା ହୋଇଥିଲା। ଆପଣଙ୍କ ସହିତ ଆପଣଙ୍କ କାମକୁ ନେଇ ଆମେ ଗର୍ବ ଅନୁଭବ କରୁ। ଏହି ଆଲୋଚନା ପରେ ଆପଣଙ୍କ ନିକଟକୁ ଚିଠି ଲେଖିବା ପାଇଁ ମୁଁ ନିଜକୁ ଅଟକାଇ ପାରି ନଥିଲି। 

ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଭେଟିଥିଲି। ସେମାନଙ୍କୁ ମୁଁ ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ଭାରତବାସୀ ସର୍ବଦା ଆପଣଙ୍କ କାମ ପାଇଁ ଗର୍ବିତ। ଆପଣ ହଜାରହଜାର ମାଇକ ଦୂରରେ ଥାଇ ମଧ୍ୟ ଆମମାନଙ୍କ ମନରେ ଅଛନ୍ତି। ଆପଣଙ୍କ ବାପା ଡ.ଦିପକ ପାଣ୍ଡ୍ୟା ଏବଂ ମା’ଙ୍କ ବୋନିଙ୍କ ଆଶୀର୍ବାଦ ନିଶ୍ଚିତ ଆପଣଙ୍କ ଉପରେ ରହିଛି। ସୁରକ୍ଷିତ ଭାବେ ଫେରି ଆସନ୍ତୁ ଆପଣଙ୍କ ମା’ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe