ଟାରିଫ ଟେନସନ ଭିତରେ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ଆସନ୍ତା ମାସରେ ହୋଇପାରେ ମୋଦୀ-ଟ୍ରମ୍ପ୍ ଭେଟଘାଟ !

ଟାରିଫ ଟେନସନ ଭିତରେ ଆମେରିକା ଗସ୍ତ କରିବେ ମୋଦୀ । ଏହି ଅବସରରେ ଦୁଇ ଶୀର୍ଷ ନେତାଙ୍କର ହୋଇପାରେ ଭେଟଘାଟ । ଶୁଳ୍କ ଚାପ ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ଏକ ବଡ଼ ପ୍ରଭାବ ପକାଇପାରେ

modi-trump meet

ନୂଆଦିଲ୍ଲୀ: ଟାରିଫ ଟେନସନ ଭିତରେ ଆମେରିକା ଗସ୍ତ କରିବେ ମୋଦୀ । ଏହି ଅବସରରେ ଦୁଇ ଶୀର୍ଷ ନେତାଙ୍କର ହୋଇପାରେ ଭେଟଘାଟ । ଶୁଳ୍କ ଚାପ ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ଏକ ବଡ଼ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି । ତେବେ ଆସନ୍ତା ସେପ୍ଟେମ୍ବରରେ ମୋଦୀ ଆମେରିକା ଗସ୍ତ କରିବାକୁ ଥିବା ବେଳେ ଟ୍ରମ୍ପଙ୍କ ସହ ସାକ୍ଷାତ କରିପାରନ୍ତି । 

ଆସନ୍ତା ମାସ ୟୁଏନଜିଏର ବୈଠକରେ ସାମିଲ ହେବେ ମୋଦୀ । ସେପ୍ଟେମ୍ବର ଏହି ବୈଠକ ହେବ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିପାରନ୍ତି । ଉଭୟଙ୍କ ମଧ୍ୟରେ ବ୍ୟବସାୟକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ। ଟାରିଫକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ମଧ୍ୟରେ ଏହା ବେଶ୍ ଗୁରୁତ୍ବ ବହନ କରୁଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟ ରାଷ୍ଟ୍ର ନେତାଙ୍କ ସହ ମଧ୍ୟ ଆଲୋଚନା କରିବେ। 

ଟ୍ରମ୍ପ ମଧ୍ଯ ମୋଦୀଙ୍କ ସହ ଭେଟଘାଟ କରିବାକୁ ରାଜି ଥିବା ସୂଚନା ମିଳିଛି । ଜୁନରେ ମୋଦୀ କାନାଡା ଗସ୍ତ ବେଳେ ଓ୍ଵାସିଂଟନକୁ ନିମନ୍ତ୍ରଣ କରିଥିଲେ ଟ୍ରମ୍ପ । ଡିନର ପାଇଁ ଡାକି କିଛି ବଡ୍ ଡିଲ୍ କରିବେ ବୋଲି ଡାକିଥିଲେ ଡୋନାଲ୍ଚ । ହେଲେ ମୋଦୀ ଓଡିଶା ଗସ୍ତରେ ଆସିବାକୁ ଥିବା ବେଳେ ଟ୍ରମ୍ପଙ୍କୁ ମନାକରି ଦେଇଥିଲେ । ଆଉ ଟ୍ରମ୍ପ ଆମେରିକା ଗସ୍ତରେ ଥିବା ପାକିସ୍ତାନର ସେନା ମୁଖ୍ଯଙ୍କୁ ଡାକି ଡିନର ଟେବୁଲରେ ଜିଲ୍ କରିଥିଲେ । ତେବେ ଯଦି ଆଗାମୀ ମାସରେ ଟ୍ରମ୍ପଙ୍କ ସହ ମୋଦୀଙ୍କ ଭେଟଘାଟ ସଫଳ ହୁଏ ତେବେ ଏହା ହେବ ଚଳିତ ବର୍ଷର ଦୁଇ ନେତାଙ୍କ ୨ୟ ସାକ୍ଷାତ । କାରଣ ଫେବୃୟାରୀରେ ମୋଦୀ ହ୍ଵାଇଟ ହାଉସ ଯାଇଥିଲେ । 

ଟ୍ରମ୍ପ୍ ଭାରତ ଉପରେ ଅସନ୍ତୁଷ୍ଟ ହୋଇ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଭାରତ ରୁଷିଆ ଠାରୁ ତେଲ କିଣିବା ଉପରେ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇଛନ୍ତି। ସେ କହିଛନ୍ତି ଯେ, ରୁଷିଆ ଯୁଦ୍ଧକୁ ପ୍ରୋତ୍ସାହିତ କରିବା ପାଇଁ କାମ କରୁଛି। ଟ୍ରମ୍ପ୍ ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ମଧ୍ୟ କ୍ଷୁବ୍ଧ। ଏହି କାରଣରୁ, ପ୍ରଥମେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଥିଲା। ଏବେ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe