ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ମଜବୁତ କରିିଛନ୍ତି, ନେହରୁଙ୍କ ସହ ତାଙ୍କର ତୁଳନା କରାଯାଇପାରିବ ନାହିଁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

Advertisment
ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ମଜବୁତ କରିିଛନ୍ତି, ନେହରୁଙ୍କ ସହ ତାଙ୍କର ତୁଳନା କରାଯାଇପାରିବ ନାହିଁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ମୋଦୀଙ୍କୁ ନେହେରୁଙ୍କ ସହ ତୁଳନା କରାଯାଇପାରିବ ନାହିଁ। କଂଗ୍ରେସ ନେତା ସିଦ୍ଧରମୈୟାଙ୍କୁ କଟାକ୍ଷର ଜବାବ ଦେବାକୁ ଯାଇ ଏଭଳି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ । ସେ କହିଛନ୍ତି ଯେ ସୀମାନ୍ତ ପ୍ରସଙ୍ଗ ତଥା ଦେଶର ଏକତା ତଥା ଅଖଣ୍ଡତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡା ପଦକ୍ଷେପ ନେଇଛନ୍ତି। ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ତୁଳନା କରାଯାଇପାରିବ ନାହିଁ। ରାଷ୍ଟ୍ରିୟ ସ୍ବୟଂସେବାକ ସଂଗଠନ (ଆରଏସଏସ) ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ ସେ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟାଙ୍କୁ କଟାକ୍ଷ କରି ପଚାରିଛନ୍ତି ଯେ, ସିଦ୍ଧରମୈୟା "ଦ୍ରାବିଡ" ନା ଆର୍ଯ୍ୟ"।

ଶୁକ୍ରବାର କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳର ନେତା ସିଦ୍ଧରମୈୟା ପଚାରିଥିଲେ ଯେ ଆରଏସଏସ ସହ ଜଡିତ ଲୋକମାନେ "ମୂଳ ଭାରତୀୟ", "ଦ୍ରାବିଡ" ନା "ଆର୍ଯ୍ୟ"। ଏହା ସହ ସେ କହିଥିଲେ ଯେ, ମୋଦୀଙ୍କୁ ନେହେରୁଙ୍କ ତୁଳନା କରାଯାଇପାରିବ ନାହିଁ। ନେହେରୁ କେଉଁଠି ଆଉ ମୋଦୀ କେଉଁଠି। ଦୁହିଁଙ୍କ ମଧ୍ୟରେ ଆକାଶ ଆଉ ପାତାଳର ତଫାତ। ମୋଦୀ  ନେହେରୁଙ୍କର ସମସ୍ତ ଭଲ କାର୍ଯ୍ୟକୁ ନଷ୍ଟ କରିଦେଇଛନ୍ତି।

ସିଦ୍ଧରମୈୟାଙ୍କ ଏହି ମନ୍ତବ୍ୟର ପ୍ରତିକ୍ରିୟାରେ ବମ୍ମାଇ ଶନିବାର କହିଛନ୍ତି ଯେ, ସତରେ ଦୁହିିଁଙ୍କର ତୁଳନା କରାଯାଇପାରିବ ନାହିଁ। କାରଣ ଜାତୀୟ ସୁରକ୍ଷା ଏବଂ ଏକତା ଦୃଷ୍ଟିରୁ ନେହେରୁଙ୍କ ଅପେକ୍ଷା ମୋଦୀ ଦୃଢ଼ ପଦକ୍ଷେପ ନେଇଛନ୍ତି। କାରଣ ୧୯୬୨ରେ ଚୀନ ଭାରତ ଉପରେ ଆକ୍ରମଣ କରିବା ପରେ ଜବାବ ଦେବା ପରିବର୍ତ୍ତେ ନେହେରୁ ସୀମାବର୍ତ୍ତି ଅଞ୍ଚଳକୁ ଚୀନ ହାତକୁ ଟେକି ଦେଇଥିଲେ। ହେଲେ ମୋଦୀ ଶତ୍ରୁର ସାମ୍ନା କରିବା ସହ ଆମ ସୀମାର ରକ୍ଷା କରିଥିଲେ। ମୋଦୀ ଭାରତକୁ ମଜବୁତ କରିଛନ୍ତି। ସେଥିପାଇଁ ମୋଦୀଙ୍କୁ ନେହେରୁଙ୍କ ସହ ତୁଳନା କରାଯାଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe