ନରେନ୍ଦ୍ର ମୋଦୀଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ପିଏମ୍‌ଓ କର୍ମଚାରୀ, ସମୟ ପୂର୍ବରୁ ଅବସର ଏବଂ ବଦଳି ପାଇଁ କଲେ ଆବେଦନ

Advertisment
ନରେନ୍ଦ୍ର ମୋଦୀଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ପିଏମ୍‌ଓ କର୍ମଚାରୀ, ସମୟ ପୂର୍ବରୁ ଅବସର ଏବଂ ବଦଳି ପାଇଁ କଲେ ଆବେଦନ

theprint.in

ନୂଆଦିଲ୍ଲୀ : ଦେଶରେ ନିର୍ବାଚନ ଆରମ୍ଭ ହୋଇ ସାରିଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବ  ସେ ନେଇ ଜୋର ସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୋଦୀ ସରକାରଙ୍କୁ ଦେଶର ଜନତା ପସନ୍ଦ କରୁଥିବା ବେଳେ ଅନେକ ସର୍ଭେ ରିପୋର୍ଟରୁ ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଜାଣିବାକୁ ମିଳିଛି । ତେବେ ଦେଶର ଜନତା ମୋଦୀଙ୍କ କାମକୁ ନେଇ ଖୁସି ଥିବା ବେଳେ ତାଙ୍କ ଅଫିସରେ କାମ କରୁଥିବା କର୍ମଚାରୀମାନେ ନରେନ୍ଦ୍ର ମୋଦୀଙ୍କ ଉପରେ ଖୁସି ନଥିବା ଜଣାପଡ଼ିଛି । ୫ବର୍ଷ ହେଲାଣି ମୋଦୀଙ୍କ ସହ କାମ କରି ଆସୁଥିବା କିଛି କର୍ମଚାରୀ ଅନ୍ୟ ବିଭାଗକୁ ବଦଳି ପାଇଁ ଆବେଦନ କରିଥିବା ବେଳେ କିଛି ସମୟ ପୂର୍ବରୁ ଅବସର ନେବା ପାଇଁ ଅନୁମତି ମାଗୁଥିବା ଜଣାପଡ଼ିଛି । ଏ ନେଇ ୮ଜଣ ପ୍ରଶାସନିକ ଅଧିକାରୀ ଆବେଦନ କରିଥିବା କଥା ସାମ୍ନାକୁ ଆସିଛି । ମୋଦୀଙ୍କ ଅଫିସର ୩ଜଣ ଅଧିକାରୀ ପରିଚୟ ନଦେଇ ଏ ନେଇ ସୂଚନା ଦେଇଛନ୍ତି । ସୂଚନା ଦେଇଥିବା ୩ଜଣଙ୍କ ମଧ୍ୟରୁ ଦୁଇ ଜଣ ମଧ୍ୟ ନିଜର ବଦଳି କରିବାକୁ ଚାହୁଁଥିବା କହିଛନ୍ତି ।

publive-image Moneycontrol

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଫିସରେ ପାଖାପାଖି ୨୫ଜଣ ବରିଷ୍ଠ ପ୍ରଶାସନିକ କର୍ମଚାରୀ କାମ କରୁଛନ୍ତି । କିନ୍ତୁ ୫ବର୍ଷ ମଧ୍ୟରେ ସେମାନେ ନିଜ ପଦର ସଠିକ୍‌ ଭାବରେ ବ୍ୟବହାର କରି ପାରିନାହାନ୍ତି । କୌଣସି ବିଷୟକୁ ନେଇ ପ୍ରଶାସନିକ ଅଧିକାରୀଙ୍କୁ ତାଙ୍କ ମତ ମଗା ଯାଉନଥିବା ବେଳେ ମୋଦୀ ସବୁ ନିଷ୍ପତ୍ତି ନେଉଥିବାରୁ ସେମାନେ ବଦଳି ପାଇଁ ଚାହୁଁଥିବା ଜଣାପଡ଼ିଛି । କୌଣସି ସରକାରୀ ଯୋଜନା ବା ନୀତି ବିଷୟରେ ଆଲୋଚନା ହେବା ସମୟରେ ପ୍ରଶାସନିକ ଅଧିକାରୀଙ୍କ ମତାମତ ନ ମଗାଯାଇ ମୋଦୀ ଏବଂ ତାଙ୍କର କିଛି ମନ୍ତ୍ରୀ ନିଜ ଇଚ୍ଛାରେ କାମ କରିଥାନ୍ତି । ମୋଦୀଙ୍କ ଅଫିସରେ କାମ କରୁଥିଲେ ମଧ୍ୟ ମୋଦୀ କୌଣସି ପ୍ରଶାସନିକ କର୍ମଚାରୀଙ୍କ ସହ ସାମାନ୍ୟ ସଂପର୍କ ମଧ୍ୟ ରଖି ନଥିବା ଜଣାପଡ଼ିଛି । ଏ ସବୁକୁ ଆଖି ଆଗରେ ରଖି ୮ଜଣ ପ୍ରଶାସନିକ ଅଧିକାରୀ ବଦଳି ପାଇଁ ଏବଂ କିଛି ସମୟ ପୂର୍ବରୁ ଅବସର ନେବା ପାଇଁ ଆବେଦନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe