ଆତଙ୍କବାଦୀ ଆକ୍ରମଣରେ ପ୍ରାଣହରାଇଥିବା ଶୁଭମଙ୍କ ସ୍ତ୍ରୀଙ୍କୁ ଭେଟିଲେ ମୋଦୀ, ଦେଲେ ଏଭଳି ପ୍ରତିଶ୍ରୃତି

କାନପୁର ସାଂସଦ ରମେଶ ଅବସ୍ଥି ଏକ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଚିଠି ଲେଖି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶୁଭମ ଦ୍ୱିବେଦୀଙ୍କ ପରିବାରକୁ ଭେଟିବାକୁ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ। 

fhyjuyt

କାନପୁର: ଉତ୍ତରପ୍ରଦେଶର କାନପୁରର ବ୍ୟବସାୟୀ ଶୁଭମ୍ ଦ୍ବିବେଦୀ ନିକଟରେ ପରିବାର ସହ ଜମ୍ମୁ-କାଶ୍ମୀର ପହଲଗାମକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ସେଠାରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳି କରିବା ଆରମ୍ଭ କରି ଦେଇଥିଲେ। ଆତଙ୍କବାଦୀଙ୍କ ପ୍ରଥମ ଗୁଳିରେ ଟଳି ପଡ଼ିଥିଲେ ଶୁଭମ ଦ୍ବିବେଦୀ। ଶୁଭମ ଦ୍ବିବେଦୀଙ୍କ ମୃତ୍ୟୁପରେ ଭାଙ୍ଗିପଡ଼ିଛନ୍ତି ଧର୍ମପତ୍ନ ଐଶାନ୍ୟା। ଶୁଭମ ଗତ ଫେବ୍ରୁଆରି ୧୨ତାରିଖରେ ଐଶାନ୍ୟାଙ୍କୁ ବିବାହ କରିଥିଲେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର (୩୦ ମଇ ୨୦୨୫) କାନପୁରଗସ୍ତ ସମୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟବସାୟୀ ଶୁଭମ ଦ୍ୱିବେଦୀଙ୍କ ପରିବାରକୁ ଭେଟିଥିଲେ। 

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଶୁଭମ ଦ୍ୱିବେଦୀଙ୍କ ପତ୍ନୀ ଐଶାନ୍ୟା ଦ୍ୱିବେଦୀ କହିଛନ୍ତି,’ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ସମଗ୍ର ଦେଶ ଏବଂ ସରକାର ଆମ ସହିତ ଠିଆ ହୋଇଛି। ମୋଦୀ ମୋତେ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ପଚାରିଥିଲେ। ଏହି ସମୟରେ ମୋଦୀ ଭାବବିହ୍ବୋଳ ହୋଇପଡ଼ିଥିଲେ। ଏହାପରେ  ପ୍ରଧାନମନ୍ତ୍ରୀ ଆତଙ୍କବାଦୀ ବିରୋଧରେ ଲଢ଼େଇ  ଏଯାଏଁ ଶେଷ ହୋଇନାହିଁ ବୋଲି ଆମ ସମସ୍ତଙ୍କୁ କହିଥିଲେ।’ 


କାନପୁର ସାଂସଦ ରମେଶ ଅବସ୍ଥି ଏକ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଚିଠି ଲେଖି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶୁଭମ ଦ୍ୱିବେଦୀଙ୍କ ପରିବାରକୁ ଭେଟିବାକୁ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe