ଅରୁଣ ଜେଟଲୀଙ୍କୁ ଭେଟିଲେ ମୋଦୀ, ଅଧ ଘଣ୍ଟା ହେଲା ଆଲୋଚନା

Advertisment
ଅରୁଣ ଜେଟଲୀଙ୍କୁ ଭେଟିଲେ ମୋଦୀ, ଅଧ ଘଣ୍ଟା ହେଲା ଆଲୋଚନା

Zee News

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାତି ଭେଟିଛନ୍ତି। ଜେଟଲୀଙ୍କ ନିବାସରେ ବିଜେପିର ୨ ବରିଷ୍ଠ ନେତାଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ନୂତନ ମନ୍ତ୍ରିମଣ୍ଡଳରେ ନିଜକୁ ସାମିଲ ନ କରିବା ପାଇଁ ମୋଦୀଙ୍କୁ ଜେଟଲୀ ଚିଠି ଲେଖିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଜେଟଲୀ ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଫଳରେ ତାଙ୍କ ପାଇଁ ପୁନଃର୍ବିଚାର କରାଯାଉ ବୋଲି ଜେଟଲୀ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ନରେନ୍ଦ୍ର ମୋଦୀ ଗୁରୁବାର ରାତି ୭ଟାରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥି ପାଇଁ ରାଷ୍ଟ୍ରପତି ଭବନରେ ଜୋରଦାର ପ୍ରସ୍ତୁତି ଚାଲିଛି। ମହାମହୀମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ମୋଦୀ ଗୋପନୀୟତାର ସହ ଶପଥ ଗ୍ରହଣ କରିବେ। ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରାୟ ୮୦୦୦ ଅତିଥି ଯୋଗ ଦେବେ। ଏଥିରେ ବିଦେଶୀ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବ୍ୟବସାୟ. ସିନେମା, ଖେଳ ଜଗତର ବିଶିଷ୍ଟ ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe