Image Source: India Today
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବାକୁ ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ୍ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଭେଟିଛନ୍ତି।
ସରକାରୀ ବାସଭବନରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ କଥାବାର୍ତ୍ତା ସମୟରେ କହିଲେ କି, ଚଳଚ୍ଚିତ୍ର ଓ ଦୂରଦର୍ଶନ ଜଗତ୍ର କେତେକ ଲୋକ ଗାନ୍ଧୀଙ୍କ ଆଦର୍ଶକୁ ଜନପ୍ରିୟ କରାଇବା ଉପରେ ଅନେକ ଉତ୍ତମ କାର୍ଯ୍ୟ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପରେ ଚାରିଟି ସାଂସ୍କୃତିକ ଭିଡିଓ ରିଲିଜ୍ କରିଥିଲେ।
Image Source: Hindustan Timesମହାତ୍ମା ଗାନ୍ଧୀଙ୍କୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ କହିଲେ, ସୃଜନଶୀଳତାର ଶକ୍ତି ଅମାପ ହୋଇଥିବାରୁ ଦେଶ ପାଇଁ ଏହାର ଉଚ୍ଛ୍ୱାସକୁ ନିୟନ୍ତ୍ରଣରେ ରଖିବା ଅତ୍ୟାବଶ୍ୟକ।
ଏହି କାର୍ଯ୍ୟକ୍ରମରେ ଅମିର ଖାଁ, ଶାହାରୁଖ ଖାଁ, ରାଜକୁମାର ହିରାନି, କଙ୍ଗନା ରଣାଓ୍ଵତ୍, ଆନନ୍ଦ ଏଲ୍ ରାୟ, ଏସ୍. ପି. ବାଲସୁବ୍ରମଣିୟାମ୍, ସୋନମ କପୁର, ଜ୍ୟାକି ଶ୍ରଫ୍, ସୋନୁ ନିଗମ, ଏକତା କପୁର, ତାରକ ମେହେଟା ଗ୍ରୁପ୍ର ସଦସ୍ୟ, ଇଟିଭି ଗ୍ରୁପ୍ ସମେତ ଭାରତୀୟ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଶିଳ୍ପର ସଦସ୍ୟମାନେ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି କି ଚଳଚ୍ଚିତ୍ର ଶିଳ୍ପର ସଦସ୍ୟମାନେ ଅନେକ ପ୍ରସ୍ତାବ ଦେଇଛନ୍ତି।
Follow Us