ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

Astana: Prime Minister Narendra Modi and Chinese President Xi Jinping on the sidelines of the SCO Summit in Astana, Kazakhstan on Friday. PTI Photo (PTI6_9_2017_000052B)

ଜୋହନ୍‌ସ୍‌ବର୍ଗ: ଗୁରୁବାର ଦିନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋହନ୍‌ସ୍‌ବର୍ଗ ଠାରେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଭେଟି କହିଛନ୍ତି କି, ନିକଟ ଅତୀତରେ ସେମାନଙ୍କ ମଧ୍ୟରେ ହୋଇଥିବା ଦୁଇଟି ବୈଠକ ଯୋଗୁଁ ସୃଷ୍ଟି ହୋଇଥିବା ଉନ୍ନତିମୂଳକ ଗତିଶୀଳତା ବଜାୟ ରହିବା ଆବଶ୍ୟକ।

୧୦ମ ବ୍ରିକ୍ସ୍‍ ଶିଖର ବୈଠକରେ ଯୋଗ ଦେବାକୁ ଏଠାକୁ ଆସିଥିବା ମୋଦି ପ୍ରାୟ ଚାରି ମାସ ମଧ୍ୟରେ ଜି’ଙ୍କୁ ତୃତୀୟ ଥର ଲାଗି ଭେଟିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଲେ ଯେ ଘନିଷ୍ଠ ହୋଇ ଆସୁଥିବା ସେମାନଙ୍କ ଉନ୍ନତିମୂଳକ ଭାଗୀଦାରିକୁ ମଜ୍‌ଭୁତ୍‌ କରିବା ନିମନ୍ତେ ଆଜିର ବୈଠକ ଆଉ ଥରେ ସୁଯୋଗ ଆଣିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‌ କରିଛି: ଭାରତ-ଚୀନ୍‌ ବନ୍ଧୁତାକୁ ଦୃଢ଼ତର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଦକ୍ଷିଣ ଆଫ୍ରିକା ଠାରେ ଆୟୋଜନ କରାଯାଇଥିବା ବ୍ରିକ୍‌ସ୍‌ ଶିଖର ବୈଠକ ବାହାରେ ଆଲୋଚନା କରିଛନ୍ତି।

ଆନ୍ତର୍ଜାତିକ ଦୃଶ୍ୟପଟ, ବ୍ରିକ୍‌ସ୍‌ ସହଯୋଗ ଏବଂ ପାରସ୍ପରିକ ସ୍ୱାର୍ଥ ପ୍ରସଙ୍ଗ ଉପରେ ଦୁଇ ନେତା ମତ ବିନିମୟ କରିଥିବା ବିଶ୍ୱାସ କରାଯାଉଛି।
ଏପ୍ରିଲ୍‌ ମାସରେ ଚୀନ୍‌ ସହର ଉହାନ୍‌ ଠାରେ ମୋଦି ଓ ଜି ଦୁଇ ଦିନ ଧରି ଅନଔପଚାରିକ ଶିଖର ବୈଠକ ଅନୁଷ୍ଠିତ କରାଇଥିଲେ। ଜୁନ୍‌ ମାସରେ ଚୀନ୍‌ର କିଙ୍ଗଡାଓ ଠାରେ ‘ସଙ୍ଘାଇ କୋପରେସନ୍‌ ଅର୍ଗାନାଇଜେସନ୍‌ ସମିଟ୍‌’ ବାହାରେ ମଧ୍ୟ ଆଲୋଚନା କରିଛନ୍ତି।

ନିକଟ ଅତୀତରେ ଜି’ଙ୍କ ସହ ହୋଇଥିବା ସାକ୍ଷାତକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦି କହିଲେ ଯେ ଚୀନ୍‌-ଭାରତ ବନ୍ଧନକୁ ସେମାନେ ନୂଆ ସାମର୍ଥ୍ୟ ଦେବା ସହ ଦୁଇ ଦେଶ ମଧ୍ୟରେ ସହଯୋଗିତା ପାଇଁ ନୂଆ ସୁଯୋଗ ଯୋଗାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe