ରୁଷ୍‌ ଗସ୍ତର ଦ୍ୱିତୀୟ ଦିନ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ରୁଷ୍‌ ଗସ୍ତର ଦ୍ୱିତୀୟ ଦିନ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

Image Source: PMO Tweet

ଭ୍ଲାଦିଭୋସ୍ତକ୍‌: ୩୬ ଘଣ୍ଟିଆ ରୁଷ୍‌ ଗସ୍ତ ଅବସରରେ ଗୁରୁବାର ଦିନ ପ୍ରଧାମନ୍ତ୍ରୀ ମୋଦୀ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଜାପାନର ଓସାକା ଠାରେ ଜି-୨୦ ଶିଖର ସମ୍ମିଳନୀ ଏବଂ ଫ୍ରାନ୍‌ସ୍‌ର ବାୟାରିଜ୍‌ ଠାରେ ଜି୭ ଶିଖର ସମ୍ମିଳନୀରେ ବିଶ୍ୱନେତୃବୃନ୍ଦ ଏକତ୍ର ହେବା ପରେ ଏହି ବୈଠକ ଆରମ୍ଭ ହୋଇଛି।

ଜାପାନୀ ପ୍ରତିପକ୍ଷଙ୍କ ସହ ତାଙ୍କର ବୈଠକ ପରେ ମୋଦୀ ମାଲେସିୟାର ପ୍ରଧାନମନ୍ତ୍ରୀ ମହାମାନ୍ୟ ଡକ୍ଟର୍‌ ମହଥିର୍‌ ବିନ୍‌ ମହମ୍ମଦ ଏବଂ ମଙ୍ଗୋଲିଆର ରାଷ୍ଟ୍ରପତି ମହାମାନ୍ୟ ଖଲତ୍‌ମାଜିନ୍‌ ବତ୍ତୁଗ୍‌ଗାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

କୋରପୁସ୍‌ ଏସ୍‌, ଏଫ୍‌ଇଏଫ୍‌ୟୁ ଯାଇ ଭାରତୀୟ ବ୍ୟାବସାୟିକ ପାଭିଲିୟନ୍‌ରେ ପ୍ରଧାମନ୍ତ୍ରୀ ମୋଦୀ ୫ମ ଇଷ୍ଟର୍ଣ୍ଣ ଇକୋନୋମିକ୍‌ ଫୋରମ୍‌ର ପ୍ଲେନେରି ଅଧିବେଶନରେ ଯୋଗ ଦେବେ।

publive-image Image Source: Zee News

୩୬ ଘଣ୍ଟିଆ ରୁଷ୍‌ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ରୁଷ୍‌ରେ ପହଞ୍ଚିବା ପରେ ଭ୍ଲାଦିଭୋସ୍ତକ୍‌ ଠାରେ କେତେଗୁଡ଼ିଏ ରାଜିନାମାରେ ସ୍ୱାକ୍ଷର କରିଥିଲେ।

ଏହା ପରେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍‌ର ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଫାର୍‌ ଇଷ୍ଟ୍‍ ଷ୍ଟ୍ରିଟ୍‌ ପ୍ରଦର୍ଶନୀକୁ ଯାଇଥିଲେ। ଏ ସମ୍ପର୍କରେ ମୋଦୀ ଟୁଇଟ୍‌ କରି ଲେଖିଛନ୍ତି: ଆଜି ସନ୍ଧ୍ୟାରେ ‘ଫାର୍‌ ଇଷ୍ଟ୍‍ ଷ୍ଟ୍ରିଟ୍‌କ୍ଷ ପ୍ରଦର୍ଶନୀକୁ ନେଇଥିବାରୁ ବନ୍ଧୁ ରାଷ୍ଟ୍ରପତି ପୁଟିନ୍‌ଙ୍କ ନିକଟରେ ମୁଁ କୃତଜ୍ଞ। ଏହି ସଂକ୍ଷିପ୍ତ ଆଲୋଚନା ଜଣାପଡୁଛି କ୍ରୀଡ଼ା ପ୍ରତି, ଏମିତି କି ଭାରତର ଜନପ୍ରିୟ କ୍ରୀଡ଼ା ପ୍ରତି ତାଙ୍କର ଆବେଗ।

ରୁଷ୍‌ ଗସ୍ତ ଶେଷ କରି ପ୍ରଧାମନ୍ତ୍ରୀ ମୋଦୀ ବିମାନ ଯୋଗେ ଭ୍ଲାଦିଭୋସ୍ତକ୍‌ରୁ ନୂଆଦିଲ୍ଲୀକୁ ଫେରି ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe