ମଣିପୁରରେ ହିଂସା ପୀଡ଼ିତଙ୍କୁ ଭେଟି ଦୁଃଖ ଶୁଣିଲେ ପ୍ରଧାନମନ୍ତ୍ରୀ, ଯାଇଥିଲା ୨୬୦ଜଣଙ୍କ ଜୀବନ

Advertisment

ଆଜି ସକାଳୁ ପ୍ରଧାନମନ୍ତ୍ରୀ ମିଜୋରାମରୁ ତାଙ୍କର ଗସ୍ତ ଆରମ୍ଭ କରିଥିଲେ, ଯେଉଁଠାରେ ସେ ବୈରାବି-ସାଇରଙ୍ଗ ନୂତନ ରେଳ ଲାଇନର ଉଦଘାଟନ କରିଥିଲେ। ଏବେ ସେ ମଣିପୁରରେ ପହଞ୍ଚିବା ସହ ହିଂସା ପୀଡ଼ିତଙ୍କ ସହ କଥା ହୋଇଥିବା ଜଣାଯାଇଛି।

ଆଜି ସକାଳୁ ପ୍ରଧାନମନ୍ତ୍ରୀ ମିଜୋରାମରୁ ତାଙ୍କର ଗସ୍ତ ଆରମ୍ଭ କରିଥିଲେ, ଯେଉଁଠାରେ ସେ ବୈରାବି-ସାଇରଙ୍ଗ ନୂତନ ରେଳ ଲାଇନର ଉଦଘାଟନ କରିଥିଲେ। ଏବେ ସେ ମଣିପୁରରେ ପହଞ୍ଚିବା ସହ ହିଂସା ପୀଡ଼ିତଙ୍କ ସହ କଥା ହୋଇଥିବା ଜଣାଯାଇଛି।

New Project (2) (1)

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୩ରୁ ୧୫ ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତରେ ଅଛନ୍ତି। ଏହି ସମୟରେ ସେ ମୋଟ ୭୧,୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଆଜି ସକାଳୁ ପ୍ରଧାନମନ୍ତ୍ରୀ ମିଜୋରାମରୁ ତାଙ୍କର ଗସ୍ତ ଆରମ୍ଭ କରିଥିଲେ, ଯେଉଁଠାରେ ସେ ବୈରାବି-ସାଇରଙ୍ଗ ନୂତନ ରେଳ ଲାଇନର ଉଦଘାଟନ କରିଥିଲେ। ଏବେ ସେ ମଣିପୁରରେ ପହଞ୍ଚିବା ସହ ହିଂସା ପୀଡ଼ିତଙ୍କ ସହ କଥା ହୋଇଥିବା ଜଣାଯାଇଛି।

ହିଂସାର ୨ବର୍ଷ ପରେ ପ୍ରଥମ କରି ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରିଥିବା ବେଳେ ଚୁରାଚାନ୍ଦପୁରରେ ସେ ପୀଡ଼ିତଙ୍କୁ ଭେଟି ତାଙ୍କ ଦୁଃଖ ଶୁଣିଥିଲେ। ଏହା ପୂର୍ବରୁ ସେ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ। ବିକାଶମୂଳକ ପ୍ରକଳ୍ପରେ ମଣିପୁର ସହରାଞ୍ଚଳ ରାସ୍ତା, ଡ୍ରେନେଜ୍ ଏବଂ ସମ୍ପତ୍ତି ପରିଚାଳନା ଉନ୍ନତି ପ୍ରକଳ୍ପ ଯାହାର ମୂଲ୍ୟ ୩,୬୦୦କୋଟି ଟଙ୍କାରୁ ଅଧିକ, ୨୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପ, ମଣିପୁର ଇନଫୋଟେକ୍ ଡେଭଲପମେଣ୍ଟ (ମାଇଣ୍ଡ) ପ୍ରକଳ୍ପ ଏବଂ ୯ଟି ସ୍ଥାନରେ କାର୍ଯ୍ୟରତ ମହିଳାଙ୍କ ପାଇଁ ଛାତ୍ରାବାସ ଅନ୍ତର୍ଭୁକ୍ତ।

ଶିଳାନ୍ୟାସ ପରେ ସାଧାରଣ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରକୁ "ସାହସ ଏବଂ ଦୃଢ଼ତାର ଭୂମି" ବୋଲି କହିଥିଲେ। ଏହା ସହ ସେ କହିଥିଲେ,  "ଉତ୍ତର-ପୂର୍ବ ରାଜ୍ୟର ଜୀବନ୍ତ ସ୍ବଭାବ ଭାରତର ମହାନ ଶକ୍ତିକୁ ପ୍ରତିଫଳିତ କରେ। ୨୦୧୪ ମସିହାରୁ, ମୋ ସରକାର ମଣିପୁରରେ ଯୋଗାଯୋଗକୁ ଉନ୍ନତ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି। ଆମେ ମଣିପୁରରେ ରେଳ, ବିମାନ ଏବଂ ସଡ଼କ ସଂଯୋଗ ପାଇଁ ବଜେଟକୁ ଅନେକ ଥର ବୃଦ୍ଧି କରିଛୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe