ପାଟଣା: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ । ଦୁଇ ଦିନିଆ ବିହାର ଗସ୍ତରେ ଥିବା ବେଳେ ପାଟଣା ବିମାନବନ୍ଦରରେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ପରିବାରକୁ ଭେଟିଛନ୍ତି ମୋଦୀ । ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟି ତାଙ୍କ ବାପାମାଆଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ଆଉ ବୈଭବଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇ ମୋଦୀ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି- 

Advertisment

ପାଟନା ବିମାନବନ୍ଦରରେ ଯୁବ କ୍ରିକେଟ୍ ସେନସେସନ୍ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ପରିବାରକୁ ଭେଟିଲି। ବୈଭବଙ୍କ କ୍ରିକେଟ୍ ଦକ୍ଷତା ଏବେ ସାରା ଦେଶରେ ପ୍ରଶଂସିତ ହେଉଛି । ମୁଁ ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି...

ଏୟାରପୋର୍ଟରେ ମୋଦୀଙ୍କୁ ଦେଖି ବୈଭବ ସୂର୍ଯ୍ୟବଂଶୀ ତାଙ୍କୁ ମୁଣ୍ଡିଆ ମାରିଥିଲେ । ଏହି ସମୟରେ ମୋଦୀ ବୈଭବଙ୍କ ପିଠି ଥାପୁଡେଇ ତାଙ୍କୁ ସାବାସୀ ଦେବା ସହ ତାଙ୍କ ବାପାମାଆଙ୍କ ସହ କଥା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ତେବେ ଚଳିତ ଆଇପିଏଲ ସିଜିନରେ ସବୁଠୁ ଅଧିକ ଚର୍ଚ୍ଚିତ ଅଛନ୍ତି ଏହି ୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ଯିଏ ଏହି ସିଜିନରେ ଚମତ୍କାର କରି ଦେଖାଇଛନ୍ତି । ମାତ୍ର ୧୪ ବର୍ଷ ବୟସରେ ସେ ୩୫ ବଲରେ ଶତକ ହାସଲ କରି ୟୁସୁଫ୍ ପଠାନଙ୍କ ରେକର୍ଡ ଭାଙ୍ଗିଛନ୍ତି । ବୈଭବ ଆଇପିଏଲରେ ଶତକ ମାରିବାରେ ସବୁଠାରୁ କମ ବୟସ୍କ ଖେଳାଳି ହୋଇ ପାରିଛନ୍ତି ।

ବୈଭବଙ୍କ ବିସ୍ଫୋରକ ଶତକ ପରେ ସାରା ଦେଶରେ ତାଙ୍କୁ ପ୍ରଶଂସା ମିଳୁଥିବା ବେଳେ ବଡ ବଡ କ୍ରିକେଟର ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କ୍ରିକେଟ୍ ପଡିଆରେ ଭେଟି କଥା ହେଉଥିବାରୁ ଦେଖିବାକୁ ମିଳୁଛି । ଏଥି ସହ କମ୍ ବୟସରେ ସେ କୋଟିପତି ମଧ୍ଯ ହୋଇଛନ୍ତି । ନିଲାମରେ ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାରେ ବୈଭବଙ୍କୁ କିଣିଥିବା ବେଳେ ସେ ଏବେ କୋଟି କୋଟି ଟଙ୍କାର ପ୍ରାଇଜ ପାଉଛନ୍ତି । ନିଜ ଦମଦାର ପ୍ରଦର୍ଶନ ବଳରେ ସେ ନିଜ ପରିବାର ସମେତ ପୂରା ଦେଶକୁ ଗର୍ବିତ କରିଛନ୍ତି । 

ଅଧିକ ପଢନ୍ତୁ-

କଥା ଦେଇଥିଲି କଥା ରଖି ଆସିଛି... ବିହାରରୁ ଆତଙ୍କୀଙ୍କୁ ଖୋଜି ଖୋଜି ମାଟିରେ ମିଶାଇବାକୁ ଚେତାବଦୀ ଦେଇଥିଲେ ମୋଦୀ