ପାଟଣା: ବିହାରରୁ ପୁଣି ଗର୍ଜିଲେ ମୋଦୀ । ପାକିସ୍ତାନ ଉପରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ । ଅପରେସନ୍ ସିନ୍ଦୂରର କଥା କହି ସେ ଦେଇଥିବା ପ୍ରତିଶ୍ରୁତି କଥାକୁ ଦୋହରାଇଲେ ମୋଦୀ । ପହଲଗାମ୍ ଆକ୍ରମଣ ପରେ ମୋଦୀ ବିହାର ଗସ୍ତ କରିଥିବା ବେଳେ ଭାରତ ପହଲଗାମ୍ ହମଲାର ପ୍ରତିଶୋଧ ଖୁବଶୀଘ୍ର ନେବ ବୋଲି କଥା ଦେଇଥିଲେ । ଆଉ ଆଜି ଯେତେବେଳେ ଅପରେସନ୍ ସିନ୍ଦୂର ପରେ ମୋଦୀ 

Advertisment

ପୁଣି ବିହାର ଗସ୍ତ କରିଛନ୍ତି ସେତେବେଳେ ସେ ତାଙ୍କର ଦେଇଥିବା କଥା ମନେପକାଇ କହିଛନ୍ତି- ପ୍ରାଣ ଯାଏ ପର୍ ବଚନ ନଯାଏ... ପହଲଗାମ୍ ବର୍ବରକାଣ୍ଡ ପରେ ମୁଁ ବିହାରରୁ ପୂରା ଦେଶକୁ କଥା ଦେଇଥିଲି କି ଯେଉଁମାନେ ଏ କାଣ୍ଡ ଭିଆଇଛନ୍ତି ସେମାନଙ୍କୁ କଳ୍ପନାଠାରୁ ବାହାରେ ଦଣ୍ଡ ଦିଆଯିବ । ଦେଖନ୍ତୁ ଆମ ବୀର ଯବାନମାନେ ଆତଙ୍କୀ ଆଡ୍ଡା ଧ୍ବଂସ କରି ପାକିସ୍ତାନରେ ତାଣ୍ଡବ ରଚି ବଦଲା ନେଇଛନ୍ତି । ମୁଁ ମୋ ପ୍ରତିଶ୍ରୁତି ରକ୍ଷା କରି ବିହାର ଆସିଛି । 

ଅଧିକ ପଢନ୍ତୁ-

ବିହାରରେ ମୋଦୀଙ୍କ ମେଗା ସୋ’: ନିର୍ବାଚନ ପୂର୍ବରୁ ଦେଲେ ବିରାଟ ଭେଟି, ଗତକାଲି ଥିଲା ରୋଡ୍ ସୋ'...

ତେବେ ପହଲଗାମ୍ ହମଲା ପରେ ପରେ ହିଁ ବିହାର ଗସ୍ତ କରି ସେଠାରେ ମୋଦୀ ପାକିସ୍ତାନକୁ ଚେତେବନୀ ଦେଇଥିଲେ । ପହଲଗାମ୍ ହମଲାର ପ୍ରତିଶୋଧ ନେବାକୁ ପଣ କରି ମୋଦୀ କହିଥିଲେ ଆତଙ୍କୀ ଯେଉଁଠି ଥିଲେ ବି ଆମେ ଖୋଜି ଖୋଜି ମାରିବୁ । ପହଲଗାମ୍ ଆତଙ୍କୀ ହମଲାରେ ସାମିଲ ଥିବା ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିଦେବୁ, କାହାକୁ ଛାଡିବୁନି, ଆତଙ୍କୀଙ୍କୁ ମାରି ମାଟିରେ ମିଶେଇଦେବୁ । ଏମିତି ଦଣ୍ଡ ଦେବୁ ସେମାନେ କେବେ କଳ୍ପନା ବି କରିନଥିବେ । ଭାରତର ଆତ୍ମା ଉପରେ ଆକ୍ରମଣ କରି ଭୁଲ କରିଛନ୍ତି ଆତଙ୍କବାଦୀ । ଆତଙ୍କବାଦକୁ ପ୍ରଶୟ ଦେଉଥିବା ଦେଶକୁ ଧ୍ବଂସ କରିବାର ସମୟ ଆସିଛି । ଆତଙ୍କୀଙ୍କ ଭୂସ୍ବର୍ଗକୁ ମାଟିରେ ମିଶେଇ ଦେବୁ ବୋଲି କହିଥିଲେ ମୋଦୀ ।

ପାକିସ୍ତାନରେ ବସି ଆମ ମାଆ ଭଉଣୀଙ୍କ ସିନ୍ଦୂର ପୋଛିଥିବା ଆତଙ୍କବାଦୀମାନେ ଜାଣିଗଲେ ଯେ ଆମ ମାଆ ଭଉଣୀଙ୍କ ସିନ୍ଦୂର ଲିଭାଇବାର ପରିଣାମ କେତେ ଭୟଙ୍କର ହୁଏ । ଖାଲି ପାକିସ୍ତାନ ନୁହେଁ ପୂରା ଦୁନିଆ ଦେଖିଲା ଉପରେସନ ସିନ୍ଦୂରର ସାହସ । ଭାରତ ମାତାର ରକ୍ଷା କରିବା ଆମ ଯବାନ ପାଇଁ ସବୁଠାରୁ ବଡ ସେବା । 

ଅଧିକ ପଢନ୍ତୁ-

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପାଟଣାରେ ମୋଦୀଙ୍କ ବିଶାଳ ରୋଡ୍ ସୋ’, ବିରୋଧୀଙ୍କ ଅକଲ ଗୁଡ଼ୁମ୍...