ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ: ଆଇଏମ୍‌ଏଫ୍‌ ମୁଖ୍ୟ

Advertisment
ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ: ଆଇଏମ୍‌ଏଫ୍‌ ମୁଖ୍ୟ

ଓ୍ଵାସିଂଟନ୍‌: ଭାରତରେ ଜଣେ ଆଠ ବର୍ଷୀୟ ବାଳିକା ସହ କରାଯାଇଥିବା ଘୃଣ୍ୟ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ଜଘନ୍ୟ ବୋଲି ବର୍ଣ୍ଣନା କରି ଆଇଏମ୍‌ଏଫ୍‌ ମୁଖ୍ୟ କ୍ରିଷ୍ଟାଇନ୍‌ ଲାଗାର୍ଡ ଗୁରୁବାର ଦିନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଭାରତୀୟ କର୍ତ୍ତୃପକ୍ଷମାନେ ଏଥି ପ୍ରତି ଅଧିକ ଧ୍ୟାନ ଦେବା କଥା।

ଜମ୍ମୁ ଓ କଶ୍ମୀରର କାଠୁଆ ଏବଂ ଉତ୍ତର ପ୍ରଦେଶର ଉନ୍ନାଓ ଠାରେ ଘଟିଯାଇଥିବା ଘୃଣ୍ୟ ଦୁଷ୍କର୍ମ ମାମଲା ଦେଶବ୍ୟାପୀ ଅସନ୍ତୋଷ ଦେଖା ଦେଇଥିବା ସମୟରେ ସେ ଏ ଭଳି କଠୋର ମନ୍ତବ୍ୟ ଦେଇଛନ୍ତି।

publive-image

ଭାରତରେ ଯାହା ଘଟୁଛି ତାହା ଜଘନ୍ୟ। ଭାରତୀୟ ନାରୀମାନଙ୍କ ପାଇଁ ଆବଶ୍ୟକ ହେଉଥିବାରୁ ମୁଁ ଆଶା କରିବି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଭାରତୀୟ କର୍ତ୍ତୃପକ୍ଷମାନେ ଏଥି ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।

ଇଣ୍ଟର୍‌ନେସ୍‌ନାଲ୍‌ ମନିଟାରି ଫଣ୍ଡ୍‌ର ପରିଚାଳନା ନିର୍ଦେଶକ କହନ୍ତି: ଗଲା ଥର ଡାଭୋସ୍‌ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ପରେ ମୁଁ ତାଙ୍କୁ କହିଥିଲି ଯେ ସେ ଭାରତୀୟ ମହିଳାଙ୍କ କଥା ବିଶେଷ କିଛି ଉଲ୍ଲେଖ କରୁ ନାହାନ୍ତି। ଏଇଟା କେବଳ ସେମାନଙ୍କ ବିଷୟରେ କେବଳ କହିବା କଥା ନୁହେଁ।

ସେ ତୁରନ୍ତ ସ୍ପଷ୍ଟ କରି କହିଥିଲେ କି, ଏହା ହେଉଛି ତାଙ୍କର ବ୍ୟକ୍ତିଗତ ମତ ଆଇଏମ୍‌ଏଫ୍‌ର ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe