ଦେଖନ୍ତୁ ଭିଡିଓ: ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡ୍‌ ସୋ’ରେ ପ୍ରଧାନମନ୍ତ୍ରୀ ମୋଦୀ

Image Source: India Today

ନୂଆଦିଲ୍ଲୀ: ଅଗଷ୍ଟ ୧୨ ତାରିଖ ଦିନ ଜନପ୍ରିୟ ଟେଲିଭିଜନ୍‌ ସୋ’ ‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡ୍‌’ରେ (ମାନବ ବନାମ ଅରଣ୍ୟ) ଦେଖା ଦେବେ ପ୍ରଧାନମନ୍ତ୍ରୀ ମୋଦୀ। ଏହି କାର୍ଯ୍ୟକ୍ରମର ହୋଷ୍ଟ୍‍ ବେୟର୍‌ ଗ୍ରିଲ୍‌ସ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡର ଅରଣ୍ୟରାଜି ମଧ୍ୟକୁ ଯାଇଥିଲେ।

ଗ୍ରିଲ୍‌ସ୍‌ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଥିବା ଗୋଟାଏ ଭିଡିଓ କ୍ଲିପ୍‌ରେ ଦେଖାଯାଉଛି ମୋଦୀ ଏକ ନଈରେ ଗୋଟାଏ ଡିଙ୍ଗିରେ ବସି ଏହି ଆଡ୍‌ଭେଞ୍ଚର୍‌ ସୋ’ର ହୋଷ୍ଟ୍‍ଙ୍କ ସହ ଯାଉଛନ୍ତି।

ଅନ୍ୟ ଏକ ଦୃଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଗ୍ରିଲ୍‌ସ୍‌ଙ୍କୁ ଭାରତକୁ ସ୍ୱାଗତ କରୁଛନ୍ତି। ହାତରେ ଧରିଛନ୍ତି ବାଉଁଶ କଟାଯାଇ ତିଆରି ହୋଇଥିବା ବର୍ଚ୍ଛା ଏବଂ ଅରଣ୍ୟରୁ ସଂଗୃହୀତ ଅନ୍ୟାନ୍ୟ ପଦାର୍ଥ ଏବଂ କହୁଛନ୍ତି ଆପଣଙ୍କ ପାଇଁ ଏହାକୁ ମୁଁ ପାଖରେ ରଖିବି।

ହସି ହସି ଗ୍ରିଲ୍‌ସ୍‌ ଉତ୍ତର ଦେଉଛନ୍ତି, ଆପଣ ହେଉଛନ୍ତି ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି, ମୋ କାମ ହେଲା ଆପଣଙ୍କୁ ବଞ୍ଚାଇ ରଖିବା।

ପ୍ରାଣୀ ସଂରକ୍ଷଣ ଏବଂ ପରିବେଶୀୟ ପରିବର୍ତ୍ତନ ସଂକ୍ରାନ୍ତ ସଚେତନତାର ପ୍ରଚାର ପାଇଁ ଏହି ସୋ’ ଉତ୍ତୋଳନ କରାଯାଇଛି।

ଡିସ୍‌କଭରି ଚାନେଲ୍‌ରେ ଅଗଷ୍ଟ ୧୨ ତାରିଖ ରାତି ୯: ୦୦ ଏହା ପ୍ରସାରଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe