ସହିଦ ଦିବସରେ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ମୋଦି

ସହିଦ ଦିବସରେ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ସହିଦ ଦିବସରେ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କ ପ୍ରତି ଶନିବାର ଦିନ ପ୍ରଧାମନ୍ତ୍ରୀ ମୋଦି ଦେଶବାସୀଙ୍କ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି ଯେ ତିନି ବାହାଦୁର ସବୁବେଳେ ଦେଶବାସୀଙ୍କୁ ପ୍ରେରଣା ଦେଉଥିବେ।

ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ କହିଛନ୍ତି କି, ଦେଶବାସୀ କଦାପି ଏଇ ସ୍ୱାଧୀନତା ସଂଗ୍ରାମୀଙ୍କ ସୌର୍ଯ୍ୟ ଭୁଲିବେ ନାହିଁ।

ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ମଧ୍ୟ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କ ଅଦମନୀୟ ସାହସ ଓ ମହତ ଆତ୍ମବଳି କଥା ସ୍ମରଣ କରିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ମଧ୍ୟ କହିଛନ୍ତି ଯେ ମାର୍ଚ ୨୩ ତାରିଖ ଦିନକୁ ରାଜ୍ୟ ‘ଯୁବ ଶସକ୍ତିକରଣ ଦିବସ’ ଭାବେ ପାଳନ କରିବ। ସେ ଟୁଇଟ୍‌ କରିଛନ୍ତି: ସହିଦ-ଏ-ଆଜମ୍‌ ଭଗତ ସିଂହ ଓ ସହିଦ ସୁଖଦେବ ଓ ରାଜଗୁରୁଙ୍କୁ ସହିଦ ଦିବସରେ ମୋର ଶ୍ରଦ୍ଧାଞ୍ଜଳି। ପିଢ଼ି ପରେ ପିଢ଼ିଙ୍କୁ ପ୍ରେରଣା ଯୋଗାଉଥିବା ମାଟିର ଏଇ ବାହାଦୁର ପୁତ୍ରମାନଙ୍କର ଆତ୍ମବଳି କଥା ଆଜିର ବିଶେଷ ଦିବସରେ ଆମେ ସ୍ମରଣ କରୁଛୁ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି, ଦେଶକୁ ପ୍ରେମ କରିବା ଓ ଦେଶ ପାଇଁ ଜୀବନ ଦେବା ଏଇ ବାହାଦୁରମାନେ ଆମକୁ ଶିଖାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe