‘ପ୍ରଧାନମନ୍ତ୍ରୀ ମୋଦି ଜାପାନରେ ଢ଼ୋଲ ବଜାନ୍ତି; ପାକିସ୍ତାନରେ ବିରିୟାନିର ମଜା ନିଅନ୍ତି! ହେଲେ, ଦେଶର ସମସ୍ୟା ବୁଝି ପାରନ୍ତିନି’ ପ୍ରିୟଙ୍କା ଗାନ୍ଧୀ

Advertisment
‘ପ୍ରଧାନମନ୍ତ୍ରୀ ମୋଦି ଜାପାନରେ ଢ଼ୋଲ ବଜାନ୍ତି; ପାକିସ୍ତାନରେ ବିରିୟାନିର ମଜା ନିଅନ୍ତି! ହେଲେ, ଦେଶର ସମସ୍ୟା ବୁଝି ପାରନ୍ତିନି’ ପ୍ରିୟଙ୍କା ଗାନ୍ଧୀ

India Today

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କଂଗ୍ରେସର ଦାୟିତ୍ୱ ମୁଣ୍ଡାଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ପୁଣି ଥରେ ତାଙ୍କର ଶାଣିତ ଅନ୍ଦାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର କଟାକ୍ଷ କରିଛନ୍ତି। ଉତ୍ତରପ୍ରଦେଶରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଆମ ପ୍ରଧାନମନ୍ତ୍ରୀ ମୋଦୀ ଜୀ ଜଣେ ଭଲଲୋକ। ସେ ଜାପାନରେ ଭଲ ଢ଼ୋଲ ବଜାଇ ପାରନ୍ତି! ପାକିସ୍ତାନରେ ବିରିୟାନିର ମଜା ନେଇ ପାରନ୍ତି! ହେଲେ, ବିଡ଼ମ୍ବନା ଆମ ଦେଶର ଦେଶବାସୀଙ୍କ ସହ ସେ ନିଜକୁ ସାମିଲ କରାଇ ପାରନ୍ତି ନାହିଁ। କିମ୍ବା ଦେଶ ଓ ଦେଶବାସୀଙ୍କ ସମସ୍ୟାକୁ ବୁଝି ପାରନ୍ତି ନାହିଁ। ଭାରତ ଭୂଇଁରେ ରହିବାକୁ ପସନ୍ଦ ନକରି ସର୍ବଦା ବିଦେଶରେ ବୁଲୁଥିବା ପ୍ରଧାନମନ୍ତ୍ରୀ ମୋଦି ସେଥିପାଇଁ ଦେଶବାସୀଙ୍କର ଅସଲ ଓ ମୁଖ୍ୟ ସମସ୍ୟା କ’ଣ ତାହା ଜାଣିପାରନ୍ତି ନାହିଁ କିମ୍ବା ବୁଝିବାକୁ ସୁଦ୍ଧା ଚେଷ୍ଟା ମଧ୍ୟ କରନ୍ତି ନାହିଁ’, ବୋଲି କହିଛନ୍ତି ପ୍ରିୟଙ୍କା।

publive-image India Today

ଏତିକିରେ ଅଟକି ଯାଇ ନାହାନ୍ତି ପ୍ରିୟଙ୍କା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାଲୋଚନା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ କହିଥିବା କଥାକୁ ଭୁଲି ଯାଆନ୍ତି। ୨୦୧୪ରେ ଦେଶବୀସୀଙ୍କୁ କହିଥିଲେ ୨କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ। ସବୁ ଚାଷୀଙ୍କ କ୍ଷେତକୁ ପାଣି ଦେବେ। ହେଲେ, ଏସବୁ ତ ପୂରଣ କରି ପାରିଲେ ନାହିଁ; ବରଂ ଦିନେ କେବେ ଦେଶବାସୀଙ୍କୁ ଏପରି ପ୍ରତିଶ୍ରୁତି ଦେଇଥିଲେ, ସେ କଥାକୁ ମଧ୍ୟ ଏବେ ସେ ଭୁଲି ସାରିଛନ୍ତି। ସେଥିପାଇଁ ଲୋକ ଦେଖାଣିଆ ଦେଶପ୍ରେମ ସହ ସେନାକୁ ଢ଼ାଲ କରି ନିର୍ବାଚନ ଜିତି ଯିବାକୁ ସେ ସବୁ କଳ, ବଳ ଓ କୌଶଳ ପ୍ରୟୋଗ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe