ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନ୍ୟାନ୍ୟ ନେତୃବୃନ୍ଦ

ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନ୍ୟାନ୍ୟ ନେତୃବୃନ୍ଦ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ମହାତ୍ମା ଗାନ୍ଧୀଙ୍କ ୧୪୯ତମ ଜନ୍ମ ଦିବସ ଅବସରରେ ରାଜଘାଟ ଠାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଷ୍ପାଞ୍ଜଳି ଜ୍ଞାପନ କରିଛନ୍ତି।

ସୋମବାର ସଂଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିବା ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗଟେରେସ୍‌ ମଧ୍ୟ ଏଇ ଅବସରରେ ସାମିଲ ହୋଇଥିଲେ।

ସେ ଟୁଇଟ୍‌ କରିଛନ୍ତି: ଅହିଂସା ଇତିହାସ ବଦଳାଇ ଦେଇ ପାରେ ବୋଲି ମତେ ମହାତ୍ମା ଗାନ୍ଧୀଙ୍କ ସ୍ମାରକୀରେ ମତେ ପୁଣି ଥରେ ସ୍ମରଣ କରାଇ ଦିଆଗଲା। ଆମେ ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରିବା ବେଳେ ଏକ ସୁସ୍ଥ ବିଶ୍ୱରେ ଶାନ୍ତି ଓ ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ତାଙ୍କର ଜ୍ଞାନ ଓ ନିଷ୍ଠା ପଥ ପ୍ରଦର୍ଶନ କରୁ।

କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀ ଏବଂ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ରାଜଘାଟ ଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସକାଳୁ ଜାତିର ଜନକଙ୍କୁ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରିଥିଲେ: ଆଜି ଠାରୁ ଆମେ ବାପୁଙ୍କର ୧୫୦ତମ ଜୟନ୍ତୀ ବର୍ଷରେ ପ୍ରବେଶ କରୁଛୁ। ତାଙ୍କର ସ୍ୱପ୍ନ ପୂର୍ଣ୍ଣ କରିବା ନିମନ୍ତେ ଏହା ଆମ୍ଭମାନଙ୍କ ପାଇଁ ଗୋଟାଏ ବଡ଼ ସୁଯୋଗ।

ମହାତ୍ମା ଗାନ୍ଧୀଙ୍କର ମହତ୍‌ ଭାବନା ବିଶ୍ୱ ବ୍ୟାପୀ କୋଟି କୋଟି ଜନତାଙ୍କୁ ଶକ୍ତି ଯୋଗାଇଛି। ସେ ଥିଲେ ଅନ୍ୟମାନଙ୍କ ପାଇଁ ବଞ୍ଚିଥିବା ଜଣେ କଠିନ ପରିଶ୍ରମୀ। ଆମ ବିଶ୍ୱକୁ ଏକ ସୁନ୍ଦର ସ୍ଥାନ ପରିଣତ କରିଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ରାଜଘାଟ ଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଟୁଇଟ୍‌ କରିଛନ୍ତି।

ସେ କହିଛନ୍ତି: ଚାଲନ୍ତୁ ମହାତ୍ମା ଗାନ୍ଧୀ ଅଙ୍ଗୀକାର କରିଥିବା ନୀତି- ଶାନ୍ତି, ଭ୍ରାତୃଭାବ, ସମନ୍ଵୟତା ଏବଂ ସାମାଗ୍ରିକ ଜାତୀୟ ବିକାଶ ପ୍ରତି ଆମେ ନିଜକୁ ପୁଣି ଥରେ ଉତ୍ସର୍ଗ କରିବା। ସମସ୍ତଙ୍କ ପାଇଁ ଗାନ୍ଧୀଜୀଙ୍କ ବାର୍ତ୍ତା ପ୍ରାସଙ୍ଗିକ ଏବଂ ସେ ଆମର ପଥପ୍ରଦର୍ଶକ ହୋଇ ରହିଛନ୍ତି।

ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ ମଧ୍ୟ ରାଜଘାଟ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସମାଧି ପରିକ୍ରମା କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ରାଜଘାଟ ଠାରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି।

ଦିଲ୍ଲୀ ଉପରାଜ୍ୟ ପାଳ ଅନୀଲ ବାଇଜଲ୍‌, ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡ଼ଓ୍ଵାନି ମଧ୍ୟ ଏଇ ଅବସରରେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି।

ଅରୁଣ ଜେଟ୍‌ଲୀ, ରବିଶଙ୍କର ପ୍ରସାଦ ଏବଂ ରାଜ୍ୟବର୍ଦ୍ଧନ ରାଠୋର ଆଦି ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe