ଜାତି ଉଦ୍ଦେଶ୍ୟରେ ସମୃଦ୍ଧ ନବ ବର୍ଷ କାମନା କଲେ ପ୍ରାଧନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି କୋବିନ୍ଦ

ଜାତି ଉଦ୍ଦେଶ୍ୟରେ ସମୃଦ୍ଧ ନବ ବର୍ଷ କାମନା କଲେ ପ୍ରାଧନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି କୋବିନ୍ଦ

Image Courtesy of India

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମ ନାଥକୋବିନ୍ଦ ସୋମବାର ଦିନ ନବ ବର୍ଷ ଉପଲକ୍ଷେ ଜାତି ଉଦ୍ଦେଶ୍ୟରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଟୁଇଟର୍‌ ଯୋଗେ ଉଭୟ ନେତା ଦେଶବାସୀଙ୍କ ପାଇଁ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି।

ନବ ବର୍ଷ ହର୍ଷୋଲ୍ଲାସ, ବନ୍ଧୁତା ଏବଂ ସମୃଦ୍ଧି ଆଣୁ ବୋଲି ରାଷ୍ଟ୍ରପତି କୋବିନ୍ଦ କାମନା କରିଛନ୍ତି।

ଟୁଇଟର୍‌ରେ ସେ ଲେଖିଛନ୍ତି: ସମସ୍ତଙ୍କୁ ନବ ବର୍ଷର ଶୁଭେଚ୍ଛା। ଆମର ସମସ୍ତ ପରିବାର, ଦେଶ ଏବଂ ଆମର ଅଭିନବ ଏବଂ ସୁନ୍ଦର ଗ୍ରହ ନିମନ୍ତେ ୨୦୧୮ ହର୍ଷୋଲ୍ଲାସ, ବନ୍ଧୁତା ଏବଂ ସମୃଦ୍ଧି ଆଣୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥନା କରିଛନ୍ତି ଯେ ଜାତି ପାଇଁ ନବ ବର୍ଷ ଆନନ୍ଦ ଏବଂ ସମୃଦ୍ଧି ଆଣୁ। ସେ ଟୁଇଟର୍‌ରେ ଲେଖିଛନ୍ତି: ସମସ୍ତଙ୍କୁ ସୁଖଦ ୨୦୧୮ ପାଇଁ ଶୁଭକାମନା! ମୁଁ ପ୍ରାର୍ଥନା କରୁଛି, ଏ ବର୍ଷ ସମସ୍ତଙ୍କ ଜୀବନରେ ଆନନ୍ଦ, ସମୃଦ୍ଧି ଏବଂ ସୁସ୍ୱାସ୍ଥ୍ୟ ଆଣୁ।

ରବିବାର ରାତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ମଧ୍ୟ ଜାତି ଉଦ୍ଦେଶ୍ୟରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ନୂଆ ବର୍ଷ ପୂର୍ବ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌କି ବାତ୍‌’ରେ ଜାତିକୁ ସମ୍ବୋଧିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe