www.hindustantimes.com
ନୂଆଦିଲ୍ଳୀ: ଭାରତ ୫୯ଟି ଚାଇନିଜ୍ ଆପ୍କୁ ବ୍ୟାନ୍ କରିବା ପରେ ‘ଆତ୍ମନିର୍ଭର ଭାରତ’ ଗଢ଼ିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ମୋଦୀ ଦେଶର ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ କାମ କରୁଥିବା ପେସାଦାରମାନଙ୍କୁ ସ୍ବଦେଶୀ ଆପ୍ ଲଞ୍ଚ୍ କରିବାର ଚ୍ୟାଲେଞ୍ଜ୍ ନେବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି କି ନିଜ ଦେଶରେ ଆପ୍ ତିଆରି କରି ନିଜକୁ ପ୍ରମାଣିତ କରିବା ସହ ‘ଆତ୍ମନିର୍ଭର ଭାରତ’ ଗଢ଼ିବାରେ ସହାୟ ହୁଅନ୍ତୁ। ମୋଦୀ ତାଙ୍କ ଲିଙ୍କ୍ଡ-ଇନ୍ ପୋଷ୍ଟ୍ ଜରିଆରେ ଜଣାଇଛନ୍ତି କି ‘ଏହା ଆପଣମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍। ଯଦି ଆପଣମାନେ ଭାବୁଛନ୍ତି କି ଆମ ପାଖରେ ଥିବା ଜ୍ଞାନକୌଶଳରେ ଆମେ ସଫଳତା ପାଇପାରିବା, ତେବେ ନିଜର ଯୋଗଦାନ ଦିଅନ୍ତୁ ଓ ‘ଆତ୍ମନିର୍ଭର ଭାରତ’ ଗଢ଼ନ୍ତୁ।’
5th Voice Newsଉଲ୍ଲେଖଯୋଗ୍ୟ, ଭାରତ ସରକାର ସୋମବାର ଟିକ୍ଟକ୍ ସମେତ ୫୯ଟି ଲୋକପ୍ରିୟ ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ନିଷିଦ୍ଧାଦେଶ ଜାରି କରିଛନ୍ତି। ସେହି ସବୁ ଚାଇନିଜ୍ ଆପ୍ ଭାରତର ଏକତା, ସଂହତି, ସାର୍ବଭୌମତ୍ବ, ପ୍ରତିରକ୍ଷା, ଅନ୍ତଃସୁରକ୍ଷା ଓ ସର୍ବସାଧାରଣ ଶୃଙ୍ଖଳା ପ୍ରତି ବିପଜ୍ଜନକ ଦର୍ଶାଇ ଭାରତ ସରକାର ଏପରି ନିଷିଦ୍ଧାଦେଶ ଜାରି କରିଛନ୍ତି। ତେବେ ଚୀନ୍ କର୍ତ୍ତୃପକ୍ଷ ଭାରତର ଏଭଳି କାର୍ଯ୍ୟାନୁଷ୍ଠାନକୁ ଗୁରୁତର ସହ ନେଇ ଏହାକୁ ତୀବ୍ର ଭାବରେ ବିରୋଧ କରୁଛୁ ବୋଲି ଚୀନ୍ର ଦୂତାବାସ ପକ୍ଷରୁ କୁହାଯାଇଛି। କିଛି ନିର୍ଦ୍ଦିଷ୍ଟ ଆପ୍ ଉପରେ କିଛି ଅସ୍ପଷ୍ଟ ଓ କ୍ଲିଷ୍ଟ କାରଣ ଭିତ୍ତିରେ ଭାରତର ଏଭଳି ପସନ୍ଦଗତ ଭେଦଭାବପୂର୍ଣ୍ଣ ଗ୍ରାହକଙ୍କ ହିତ କି ଭାରତରେ ବାଣିଜ୍ୟ ପ୍ରତିଯୋଗିତା ଦୃଷ୍ଟିରୁ ମଧ୍ୟ ଅନୁକୂଳ ନୁହେଁ। ଏପରି ନିଷିଦ୍ଧାଦେଶ ସେସବୁ ଆପ୍କୁ ପାଥେୟ କରି ଜୀବିକାର୍ଜନ କରୁଥିବା ସ୍ଥାନୀୟ ଭାରତୀୟ କର୍ମଜୀବୀଙ୍କ ସମେତ ଭାରତୀୟ ବ୍ୟବହାରକାରୀଙ୍କୁ ମଧ୍ୟ ପ୍ରଭାବିତ କରିବ ବୋଲି ଦୂତାବାସ କୁହାଯାଇଛି।
Follow Us