୧୫ମିନିଟ୍‌ର ଯାତ୍ରା ୧ଘଣ୍ଟାରେ ଶେଷ ହୋଇଥିଲା, କାର୍‌ ଭିତର ଆଲୋଚନା ବିଷୟରେ କହିଦେଲେ ପୁଟିନ୍

୧୫ମିନିଟ୍‌ର ଯାତ୍ରା ୧ଘଣ୍ଟାରେ ଶେଷ ହୋଇଥିଲା। କାର୍‌ ଭିତର ଆଲୋଚନା ବିଷୟରେ କହିଦେଲେ ପୁଟିନ୍। ଚୀନର ତିଆନଜିନରେ ଅନୁଷ୍ଠିତ ୨୫ତମ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ କାର୍ ଯାତ୍ରା ଚର୍ଚ୍ଚାରେ ରହିଥିଲା।

New Project (5)

ନୂଆଦିଲ୍ଲୀ: ଚୀନର ତିଆନଜିନରେ ଅନୁଷ୍ଠିତ ୨୫ତମ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ କାର୍ ଯାତ୍ରା ଚର୍ଚ୍ଚାରେ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ପୁଟିନ୍ ୧୦ମିନିଟ୍ କାର୍‌ରେ ଅପେକ୍ଷା କରିବା ପରେ ଦୁଇ ଜଣ କାର୍‌ରେ ବସି ଦ୍ବିପାକ୍ଷୀକ ଆଲୋଚନା ପାଇଁ ହୋଟେଲରେ ପହଞ୍ଚିଥିଲେ। ତେବେ ହୋଟେଲ ପର୍ଯ୍ୟନ୍ତ ଦୁହେଁ ସାଥୀରେ ଯାଇଥିବା ବେଳେ କାର୍‌ ଭିତରେ କ’ଣ କଥା ହୋଇଥିଲେ, ତାହା ଜାଣିବାକୁ ଲୋକେ ଉତ୍ସାହିତ ଥିଲେ। ଏବେ ପୁଟିନ୍ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟଣା କାର୍ ଭିତରେ ଦୁହେଁ କେଉଁ ବିଷୟରେ କଥା ହୋଇଥିଲେ, ତାହା ଜଣାଇଛନ୍ତି।  

ପୁଟିନ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, "ଏହା କୌଣସି ଗୁପ୍ତ କଥା ନୁହେଁ। ମୁଁ ତାଙ୍କ ସହିତ ଆଲାସ୍କାରେ ହୋଇଥିବା ଆଲୋଚନା ବିଷୟରେ କହିଥିଲି।" ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତି ନେଇ ଆଲାସ୍କାରେ ‌ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ବୈଠକ କରିଥିଲେ ପୁଟିନ୍। ଏହି ବୈଠକରେ ସେ ଟ୍ରମ୍ପଙ୍କ ସହିତ ‌ଯାହା ସବୁ ଆଲୋଚନା କରିଥିଲେ ସେ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଥିବା କହିଛନ୍ତି ପୁଟିନ୍।

ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏକ ରୁଷ ନିର୍ମିତ ଅରୁଷ ସେଡାନ କାରରେ ଏସସିଓ ଭେନ୍ୟୁରୁ ବୈଠକ ସ୍ଥାନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଯାତ୍ରା, ଯାହା ମାତ୍ର ୧୫ମିନିଟ୍ ହେବାର ଥିଲା, ତାହା ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା କାରଣ ଦୁଇ ନେତା କାର ଭିତରେ କଥା ହେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe