ହରିୟାଣାରେ ହୃଦୟ ଜିତିଲେ ମୋଦୀ: ରାମପାଲଙ୍କୁ ପିନ୍ଧାଇଦେଲେ ଜୋତା, ୧୪ ବର୍ଷ ହେଲା ମୋଦୀଙ୍କ ପାଇଁ ଖାଲିପାଦରେ ଚାଲୁଥିଲେ ଏହି ବ୍ୟକ୍ତି ... ଜାଣନ୍ତୁ କାହିଁକି

modi -rampal

Photograph: (Sambad.in)

ଚଣ୍ଡିଗଡ଼: ବଡପଣ ଦେଖାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ହରିୟାଣାରେ ଜିତିଲେ ହୃଦୟ । ଜଣେ ସାଧାରଣ ଲୋକଙ୍କୁ ଜୋତା ପିନ୍ଧାଇ ଦେଇ ଆଜି କୋଟି କୋଟି ଭାରତୀୟଙ୍କ ଆଖିରେ ପୁଣି ନିଜ ବଡପଣର ପରିଚୟ ଦେଅଛନ୍ତି ମୋଦୀ । ଆଉ ହରିୟାଣା ସମେତ ସାରା ଦେଶ ଦେଖିଛି ପ୍ରଧାନମନ୍ତ୍ରୀଙ୍କ ବିଶାଳ ହୃଦୟକୁ ।

ଆଜି ପ୍ରଧାନମନ୍ତ୍ରୀ ମୋଦୀ ହରିୟାଣା ଗସ୍ତରେ ଥିବା ବେଳେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରି ହରିୟାଣାବାସୀଙ୍କୁ ଉପହାର ଦେଇଥିବା ବେଳେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଥିଲା ଯେଉଁଠି ମୋଦୀଙ୍କୁ ଭଲପାଉଥିବା ଜଣେ ବ୍ୟକ୍ତିଙ୍କୁ ଖୋଦ୍ ପ୍ରଧାନମନ୍ତ୍ରୀ ନିଜେ ଜୋତା ପିନ୍ଧାଇ ଦେଉଥିବା ଦେଖିବାକୁ ମିଳିଛି ।

123t

ତେବେ ହରିୟାଣା କେଥଲର ରାମପାଲ କଶ୍ୟପ ଯିଏ କି ୧୪ ବର୍ଷ ତଳେ ମୋଦୀଙ୍କ ପାଇଁ ଜୋତା ପିନ୍ଧିବା ଛାଡି ଦେଇଥିଲେ । ଯେଯାଏଁ ମୋଦୀ ଦେଶର ପ୍ରଧାନମନ୍ତ୍ରୀ ନହୋଇଛନ୍ତି ସେ ଯାଏଁ ସେ ଜୋତା ପିନ୍ଧିବେ ନାହିଁ ବୋଲି ଶପଥ ନେଇଥିଲେ ଏବଂ ସେବେଠାରୁ ସେ ଖାଲି ପାଦରେ ଥିଲେ ଆଉ ଆଜି ମୋଦୀଙ୍କୁ ଭେଟିବା ପରେ ନିଜେ ମୋଦୀ ତାଙ୍କୁ ଜୋତା ପିନ୍ଧାଇ ଦେଇ ସବୁ ଦିନ ଜୋତା ପିନ୍ଧିବାକୁ କହିଛନ୍ତି ।

j67

ମୋଦୀଙ୍କ ସହ ରାମପାଲ କଥା ହେବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦେଖା କରିବା ତାଙ୍କ ସ୍ବପ୍ନ ଥିଲା ବୋଲି ସେ କହିଥିଲେ ତେବେ ମୋଦୀ ନିଜେ ତାଙ୍କୁ ଏକ ନୂଆ ଜୋତା ଦେଇ ଆଜିଠାକୁ କେବେ ବି ଖାଲି ପାଦରେ ନରଖିବାକୁ ପରାମର୍ଶ ଦେଇଥିଲେ ଏବଂ ନିଜେ ଜୋତା ନେଇ ତାଙ୍କୁ ପିନ୍ଧିବାକୁ କହିଥିଲେ । ଏହି ଅବସରରେ ମୋଦୀଙ୍କ ବଡପଣ ଦେଖିଥିଲା ଦେଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe