ଭିଡ଼ ଭିତରେ ଅମିତାଭଙ୍କ ହାତ କଥା ପଚାରି ବୁଝିଲେ ମୋଦୀ

Advertisment
ଭିଡ଼ ଭିତରେ ଅମିତାଭଙ୍କ ହାତ କଥା ପଚାରି ବୁଝିଲେ ମୋଦୀ

ଅଯୋଧ୍ୟା:ଅଯୋଧ୍ୟାରେ ରାମ ମନ୍ଦିରର ଗର୍ଭଗୃହ ମଧ୍ୟରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂଜାପାଠ ସହିତ ରାମଚନ୍ଦ୍ରଙ୍କ ବାଲ୍ୟ ବେଳର ପ୍ରତିମାକୁ ମନ୍ଦିରରେ ସ୍ଥାପନ କରିଛନ୍ତି। ଏହି ଉତ୍ସବରେ ବଲିଉଡ, ଟଲିଉଡ, ଖେଳଜଗତ ଓ ବଡ଼ବଡ଼ ବ୍ୟବସାୟୀଙ୍କ ସମତେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।

ପ୍ରାଣପ୍ରତିଷ୍ଠା ଭଳି ଭବ୍ୟ ଉତ୍ସବରେ ବିଗବି ଅମିତାଭ ବଚ୍ଚନ ତାଙ୍କ  ପୁଅ ଅଭିଷେକଙ୍କ ସହିତ ଯାଇ ପହଞ୍ଚିଥିଲେ। ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହେବାପ‌ରେ ଅମିତାଭ ବଚ୍ଚନ ଓ ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ପ୍ରାଣପ୍ରତିଷ୍ଠା ପରେ ମୋଦୀ ରାମମନ୍ଦିରରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ସ୍ବାଗତ ଜଣାଇଥିଲେ। ଏହି ସମୟରେ ମୋଦୀ ମାନବିକତା ଦେଖାଇ ଭିଡ ଭିତରେ ଅମିତାଭ ବଚ୍ଚନଙ୍କ ପ‌ାଖକୁ ଯାଇ ତାଙ୍କ ସ୍ବାସ୍ଥ୍ୟ କଥା ପଚାରିଥିବା ବୁଝିଥିଲେ।

ମୋଦୀଙ୍କୁ ଦେଖି ଅମିତାଭ ହାତଯୋଡ଼ି ପ୍ରଣାମ ଜଣାଇଥିଲେ। ଏହି ସମୟରେ ମୋଦୀ ବି ପ୍ରତିପ୍ରଣାମ ଜଣାଇ ହାତ କ’ଣ ହୋଇଛି ବୋଲି ଅମିତାଭଙ୍କୁ ପଚାରିଥିଲେ। ମୋଦୀଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେଇ ଅମିତାଭ କହିଥି‌ଲେ, ‘ଅସ୍ତ୍ରୋପଚାର ହୋଇଥିଲା, ଭଲ ହୋଇଗଲାଣି’।

ନିକଟରେ ଅମିତାଭ ବଚ୍ଚନ ତାଙ୍କ ହାତର ଅସ୍ତ୍ରୋପଚାର ହୋଇଥିବା କଥା କହିଥିଲେ।  ଗତବବର୍ଷ ବିଗବିଙ୍କୁ ଟେଲିଭିଜନ‌ର ଲୋକପ୍ରିୟ ସୋ’ ‘କୌନ ବନେଗା  କରୋଡ଼ପତି’ରେ ହାତରେ ପଟ୍ଟି ବାନ୍ଧିଥିବା ଦେଖିବାକୁ ମିଳିଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe