ଛଅଟି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରି ଆଗୁଆ ସୂଚନା ଉନ୍ନତ କରିବାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ବାରୋପ କଲେ ପ୍ରଧାନମନ୍ତ୍ରୀ

Advertisment
ଛଅଟି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରି ଆଗୁଆ ସୂଚନା ଉନ୍ନତ କରିବାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ବାରୋପ କଲେ ପ୍ରଧାନମନ୍ତ୍ରୀ

Image Courtesy of Daily Mail India

ନୂଆଦିଲ୍ଲୀ: ମୌସୁମୀ ଦୁର୍ବିପାକର ମୁକାବିଲା ନିମନ୍ତେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ, ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳ ରାଜ୍ୟର ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଏବଂ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ‌ସେ ଉପରୋକ୍ତ ଛଅଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ।

ବନ୍ୟା ସଂକ୍ରାନ୍ତ ଆଗୁଆ ସୂଚନା ନିମନ୍ତେ ସ୍ଥାୟୀ ବ୍ୟବସ୍ଥା ଏବଂ ପୂର୍ବାଭାସ ଓ ସତର୍କ ସୂଚନା ବ୍ୟବସ୍ଥା ଉନ୍ନତ କରିବାକୁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ନିମନ୍ତେ ସମସ୍ତ କେନ୍ଦ୍ରୀୟ ଏବଂ ରାଜ୍ୟ ଏଜେନ୍‌ସିମାନଙ୍କ ମଧ୍ୟରେ ଉତ୍ତମ ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।

publive-image Image Courtesy of Zee News

ସେ କହିଲେ, ଅଳ୍ପ କେତେ ବର୍ଷ ହେବ ଭାରତୀୟ ପାଣିପାଗ ବିଭାଗ ଓ କେନ୍ଦ୍ରୀୟ ଜଳ କମିସନ୍ ବନ୍ୟା ସଂକ୍ରାନ୍ତ ଆଗୁଆ ସୂଚନା ପ୍ରଦାନ ଲାଗି ମିଳିତ ଉଦ୍ୟମ କରୁଛନ୍ତି। ସେମାନେ କେବଳ ବୃଷ୍ଟିପାତ ଏବଂ ନଦୀସ୍ତର ବିଷୟରେ ଆଗୁଆ ସୂଚନା ଦେଉନାହାନ୍ତି, ବନ୍ୟା କେଉଁଠି ହେବ ତାହାର ବି ନିର୍ଦ୍ଦିଷ୍ଟ ସୂଚନା ଦେଉଛନ୍ତି।

ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ରାଷ୍ଟ୍ର ଓ ଗୃହ ବ୍ୟାପାର ମନ୍ତ୍ରୀ ଏବଂ ସମ୍ପୃକ୍ତ ମନ୍ତ୍ରାଳୟ ଓ ସଙ୍ଗଠନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe