ଦୁଇ ସପ୍ତାହରେ ତୃତୀୟ ଥର ଲାଗି ମନ୍ତ୍ରାଳୟଗୁଡ଼ିକର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଅଭିନବ ଉପାୟରେ ମୋଦୀଙ୍କୁ କଂଗ୍ରେସର ସମାଲୋଚନା : ଆମାଜନ ମାଧ୍ୟରେ ଭାରତୀୟ ସମ୍ବିଧାନ ପଠାଇଲା

Image Source: Hindustan Times

ନୂଆଦିଲ୍ଲୀ: ଶନିବାର ଦିନ ମନ୍ତ୍ରୀ ପରିଷଦ୍‌ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି। ଆସନ୍ତା ପାଞ୍ଚ ବର୍ଷ ଲାଗି ପ୍ରମୁଖ ମନ୍ତ୍ରାଳୟଗୁଡ଼ିକର ‘ଆକ୍‌ସନ୍‌ ପ୍ଲାନ୍‌’ ସବୁ ଚୂଡ଼ାନ୍ତ କରିବାକୁ ଏହି ସମୀକ୍ଷା ବୈଠକ ବସିଥିଲା। ଡିସେମ୍ବର ୨୧ ତାରିଖ ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ତୃତୀୟ ସମୀକ୍ଷା ବୈଠକ।

ପ୍ରଶାସନ, ପ୍ରଯୁକ୍ତିବିଦ୍ୟା ଏବଂ ସମ୍ବଳ ଆଦି କ୍ଷେତ୍ରର ଶୀର୍ଷସ୍ତରୀୟ ଅମଲାମାନଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ପ୍ରସ୍ତାବ ବିଷୟରେ ଶୁଣିଥିଲେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

publive-image Image Source: The Financial Express

ବୈଠକରେ ସଚିବମାନଙ୍କର ବିଭିନ୍ନ କମିଟି ଦେଇଥିବା ପ୍ରସ୍ତାବଗୁଡ଼ିକୁ ଆଧାରକରି ଆସନ୍ତା ପାଞ୍ଚ ବର୍ଷ ନିମନ୍ତେ ସରକାର କେତେକ ମନ୍ତ୍ରାଳୟର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି ଜଣାପଡ଼ିଛି।

ତୃଣମୂଳ ସ୍ତରକୁ ଉପକୃତ କରିବା ଭଳି ଯୋଜନାଗୁଡ଼ିକର ଉତ୍ତମ ପ୍ରଣୟନ ନିମନ୍ତେ ଏହି ‘ଆକ୍ସନ୍‌ ପ୍ଲାନ୍‌’ ପ୍ରସ୍ତୁତି କରାଯିବ ସରକାର ବିଚାର କରୁଛନ୍ତି। ଏଥିନିମନ୍ତେ ଆସନ୍ତା ସପ୍ତାହରେ ମଧ୍ୟ ପୁଣି ମନ୍ତ୍ରୀ ପରିଷଦ୍‌ର ବୈଠକ ବସିବ।

ସରକାରୀ ଯୋଜନାଗୁଡ଼ିକର ତ୍ୱରିତ ଏବଂ ଉତ୍ତମ ପ୍ରଣୟନ ନିମନ୍ତେ ମନ୍ତ୍ରାଳୟଗୁଡ଼ିକୁ କୃଷି, ସ୍ୱାସ୍ଥ୍ୟ, ପ୍ରଶାସନ ଏବଂ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରରେ ବିଭାଜନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe