ଗତବର୍ଷ ତୁଳନାରେ ଏ ବର୍ଷ ଅଧିକ ସଂପତ୍ତିର ମାଲିକ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ତାଙ୍କର ସଂପୂର୍ଣ୍ଣ ସଂପତ୍ତିର ମୂଲ୍ୟ କେତେ?

ଗତବର୍ଷ ତୁଳନାରେ ଏ ବର୍ଷ ଅଧିକ ସଂପତ୍ତିର ମାଲିକ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ତାଙ୍କର ସଂପୂର୍ଣ୍ଣ ସଂପତ୍ତିର ମୂଲ୍ୟ କେତେ?

ନୂଆଦିଲ୍ଲୀ: ଚଳିତବର୍ଷ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ରେ ଦାଖଲ ହୋଇଥିବା ସମ୍ପତ୍ତି ଘୋଷଣାନାମାରୁ ଜଣାପଡ଼ିଛି ଯେ ଗତ ବର୍ଷ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତିର ମୂଲ୍ୟ ବୃଦ୍ଧି ପାଇଛି।  ଚଳିତବର୍ଷ ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତିର ମୂଲ୍ୟ ୨.୮୫ କୋଟି ଟଙ୍କା ରହିଛି। ତେବେ ଗତବର୍ଷ ମୋଦୀଙ୍କ ସମ୍ପତ୍ତିର ମୂଲ୍ୟ ୨.୪୯ କୋଟି ତୁଳନାରେ ଏ ବର୍ଷ ପ୍ରାୟ ୩୬ ଲକ୍ଷ ଅଧିକ ରହିଛି। ସେ ବ୍ୟାଙ୍କ୍‌ରେ ଜମା କରିଥିବା ୩.୩ ଲକ୍ଷ ଟଙ୍କା ଓ ନିରାପଦ ପୁଞ୍ଜି ବିନିଯୋଗର ରିଟର୍ଣ୍ଣ ବାବଦରେ ମିଳିଥିବା ୩୩ ଲକ୍ଷ ଟଙ୍କା ମିଶିବା ପରେ ମୋଦୀଙ୍କ ଏ ବର୍ଷର ସଂପତ୍ତିର ମୂଲ୍ୟ ପୂର୍ବ ବର୍ଷ ଅପେକ୍ଷା ଅଧିକ ରହିଥିବା ଜାଣିବାକୁ ମିଳିଛି।

୨୦୨୦ ଜୁନ୍ ‌ଶେଷ ସୁଦ୍ଧା ମୋଦୀଙ୍କ ନିକଟ‌ରେ ନଗଦ ୩୧,୪୫୦ ଟଙ୍କା, ଏସବିଆଇ ଗାନ୍ଧିନଗର ଏନଏସସି ଶାଖାରେ ଥିବା ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୩,୩୮, ୧୭୩ ଟଙ୍କା ଓ ସେହି ସମାନ ବ୍ୟାଙ୍କ୍‌ରେ ୧, ୬୦, ୨୮, ୯୩୯ ଟଙ୍କାର ଏଫ୍‌ଡିଆର୍‌ ଓ ଏମ୍‌ଓଡି ଆକାଉଣ୍ଟ୍‌ ଥିବା ଜଣାପଡ଼ିଛି।

publive-image www.indiatoday.in

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀଙ୍କର ୮,୪୩, ୧୨୪ ଟଙ୍କାର ଏନ୍‌ଏସ୍‌ସି, ୧,୫୦, ୯୫୭ ଟଙ୍କାର ଜୀବନ ବୀମା ପଲିସି ଏବଂ ୨୦ ହଜାର ଟଙ୍କାର ଟିକସ ସଞ୍ଚୟ ଇନଫ୍ରା ବଣ୍ଡ୍ ରହିଛି। ଏହା ବ୍ୟତୀତ ତାଙ୍କ ନିକଟରେ ୧.୭୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅସ୍ଥାବର ସଂପତ୍ତି ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଏ ଯାଏ କୌଣସି ଋଣ ନେଇନାହାନ୍ତି। ତାଙ୍କର ଚାରୋଟି ସୁନା ମୁଦି ଅଛି, ଯାହାର ଓଜନ ପ୍ରାୟ ୪୫ ଗ୍ରାମ୍‌। ଏହାର ମୂଲ୍ୟ ପ୍ରାୟ ୧.୫ ଲକ୍ଷ ଟଙ୍କା। ମୋଦୀଙ୍କ ଘୋଷଣାନାମାରେ ଏକଥା ବି ଉଲ୍ଲେଖ‌ କରାଯାଇଛି ଯେ ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀଙ୍କ ସମେତ ୪ ଜଣଙ୍କ ନାମ‌ରେ ୩,୫୩୧ ବର୍ଗ ଫୁଟ୍‌ର ଏକ ପ୍ଲଟ୍ ଅଛି। ଏଥିରେ ସମସ୍ତଙ୍କର ୨୫ ପ୍ରତିଶତ ଭାଗ ରହିଛି। ଘୋଷଣାନାମାରେ ମୋଦୀଙ୍କ ନାମ‌ରେ କୌଣସି ବ୍ୟକ୍ତିଗତ ଯାନବାହାନ ଥିବା ଉଲ୍ଲେଖ କରାଯାଇ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe