Image Courtesy of Hindustan Times
ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ୍କୁ ଚେତାବନୀ ଦେବାକୁ ଶନିବାର ଦିନ ପଶ୍ଚିମ ସୀମାନ୍ତର ଜୟସାଲେମର୍ ଅନ୍ତର୍ଗତ ଲଙ୍ଗେୱାଲା ପୋଷ୍ଟ୍ରେ ଦୀପାବଳୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଅର୍ଜୁନ ଟ୍ୟାଙ୍କ୍ ଆରୋହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ପାକିସ୍ତାନ ଓ ଚୀନ୍କୁ ଉଦ୍ଦେଶ୍ୟ କରି କହିଛନ୍ତି, ସମ୍ପ୍ରତି ଦେଶର ସେନାବାହିନୀ ଅନ୍ୟ ବୃହତ୍ ଦେଶମାନଙ୍କ ସହ ସମରାଭ୍ୟାସ ଚଳାଇଛି। ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ଆମେ ସାମରିକ ଭାଗିଦାରୀରେ ଲିପ୍ତ ରହିଛୁ।
ଅର୍ଜୁନ ହେଉଛି ଭାରତୀୟ ସେନାରେ ସାମିଲ ହୋଇଥିବା ସ୍ବଦେଶରେ ବିକଶିତ ପ୍ରଥମ ଯୁଦ୍ଧ କମାଣ। ୨୦୦୪ରୁ ଅର୍ଜୁନ ଟ୍ୟାଙ୍କ୍ ଭାରତୀୟ ସେନା ସେବାରେ ସାମିଲ ହୋଇଛି।
Image Courtesy of Hindustan Timesଭାରତୀୟ ସେନା ‘ଅର୍ଜୁନ ଏମ୍କେ୧ଏ’ର ଆଉ ଦୁଇଟି ରେଜିମେଣ୍ଟ୍ ସ୍ଥାପନ କରିବ। ପ୍ରତି ରେଜିମେଣ୍ଟ୍ରେ ରହିବ ୫୯ଟି ଲେଖାଏଁ ଟ୍ୟାଙ୍କ୍। ଏହି ରେଜିମେଣ୍ଟ୍ର ‘ମାର୍କ ୧ ଟ୍ୟାଙ୍କ୍’ରେ ୭୨ଟି ଉନ୍ନତିକରଣ କରାଯିବ। ସେଗୁଡ଼ିକରୁ ୧୪ଟି ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ୫୮ଟି ସାମାନ୍ୟ ପରିବର୍ତ୍ତନ।
ଆସନ୍ତା ୬ ମାସ ମଧ୍ୟରେ ଏହି ନୂଆ ରେଜିମେଣ୍ଟ୍ ସେନା ବାହିନୀରେ ସାମିଲ କରାଯିବ। ‘ଡିଆର୍ଡିଓ’ର ଜଣେ ଅଧିକାରୀ କହିଛନ୍ତି ୧୧୮ଟି ‘ଏମ୍ବିଟି ଏମ୍କେ୧ଏ’ ଖରିଦ ନିମନ୍ତେ ପ୍ରକ୍ରିୟା ଚାଲିଛି। ଆଉ ତିନି ଚାରି ମାସ ମଧ୍ୟରେ ‘ଇଣ୍ଡେଣ୍ଟ୍’ ମିଳିଯିବ।
ଏପର୍ଯ୍ୟନ୍ତ ସେନାରେ ସାମିଲ ହୋଇଥିବା ୧୨୪ଟି ଅର୍ଜୁନ ଟ୍ୟାଙ୍କ୍ ପାକିସ୍ତାନ ଏବଂ ଜୟସାଲେମର୍ ସୀମାନ୍ତ ଅଞ୍ଚଳରେ ମୁତୟନ କରାଯାଇଛି।
Follow Us