ନୂଆଦିଲ୍ଲୀ: ଡାକ୍ତରଖାନାରେ ଡାକ୍ତରୀ ଅମ୍ଳଜାନ ଯୋଗାଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ କେୟାର୍ସ ପାଣ୍ଠିରୁ ୧ଲକ୍ଷ ଅମ୍ଳଜାନ କନସେନଟ୍ରେଟର କ୍ରୟକୁ ମଞ୍ଜୁର କରିଛନ୍ତି। ମହାମାରୀର ଦ୍ବିତୀୟ ତରଙ୍ଗରେ କରୋନା ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବା ବେଳେ ଅନେକ ଡାକ୍ତରଖାନାରେ ହେଉଥିବା ମେଡିକାଲ ଅମ୍ଳଜାନର ସଙ୍କଟକୁ ଆଖି ଆଗରେ ରଖି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।
ଏହା ପୂର୍ବରୁ କରୋନାଭାଇରସ୍ଜନିତ ମହାମାରୀ ବିରୋଧରେ ଲଢ଼ିବାରେ ସହାୟକ ହେବାକୁ ସିଙ୍ଗାପୁର ଭାରତକୁ ଦୁଇଟି ବିମାନ ବୋଝେଇ ‘ମେଡିକାଲ୍ ଅକ୍ସିଜେନ୍’ ପଠାଇଥିବା ଜଣାପଡ଼ିିଥିଲା। କରୋନା ସହ ଏହି ଲଢ଼େଇରେ କେବଳ ଭାରତ ନୁହେଁ, ଭାରତ ସହ ଅନ୍ୟ ଦେଶମାନେ ମଧ୍ୟ ଭାରତ ସହ ଲଢ଼ୁଥିବା ଦେଖାଯାଇଛି। ଭାରତକୁ କରୋନା ଲଢ଼େଇରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ଦେଶ ହାତ ବଢ଼ାଇବା ସହ ଅମ୍ଳଜାନ କନସେନଟ୍ରେଟର ଯୋଗାଉଥିବା ଦେଖାଯାଇଛି। ଏହା ସହ ସଂକ୍ରମଣକୁ କମ କରିବା ପାଇଁ ଭାରତ ସରକାର ମେ’ ୧ରୁ ୧୮ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି, ଯାହାର ପଞ୍ଜିକରଣ ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହୋଇଛି।
Follow Us