ଦୀପାବଳିରେ ମିଳିବ ବଡ଼ ଉପହାର, ମୁଦ୍ରାସ୍ଫୀତି ସହ କମିବ ଜିଏସଟି ହାର: ପ୍ରଧାନମନ୍ତ୍ରୀ

ଭାରତ ଆଜି ତା’ର ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି। ମୁଦ୍ରାସ୍ଫୀତି ସହ ଜିଏସଟି ହାର କମିବ ବୋଲି ସେ କହିଛନ୍ତି।

New Project (1)

ନୂଆଦିଲ୍ଲୀ: ଭାରତ ଆଜି ତା’ର ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଲାଲକିଲାରେ ଜାତୀୟ ପାତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ସ୍ୱାଧୀନତା ଦିବସର ବିଷୟବସ୍ତୁ 'ନୟା ଭାରତ' ବା 'ନୂତନ ଭାରତ' ରଖାଯାଇଥିଲା। ନିଜ ଭାଷଣରେ ନୂଆ ଭାରତରେ କ’ଣ ସବୁ ନୂଆ ହେବ ତା’ ଉପରେ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ। ଏହା ସହ ଦୀପାବଳିରେ ଦେଶକୁ ଏକ ବଡ଼ ଉପହାର ଦେବାକୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, "ଆମେ ପରବର୍ତ୍ତୀ ପିଢ଼ିରେ ସଂସ୍କାର ଆଣିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ। ଆମର ଲକ୍ଷ୍ୟ ଏବେ ସମସ୍ତ ପ୍ରକାର ଜିନିଷରେ ସଂସ୍କାର ଆଣିବା। ଆମେ ଟିକସ ବ୍ୟବସ୍ଥାକୁ ସରଳ କରିଛୁ। ଗତ ୮ବର୍ଷ ମଧ୍ୟରେ, ଆମେ ଜିଏସଟିରେ ଏକ ବିରାଟ ସଂସ୍କାର ଆଣିଛୁ ଏବଂ ସାରା ଦେଶରେ ଟିକସ ବୋଝ ହ୍ରାସ କରିଛୁ। ଏହି ଦୀପାବଳିରେ ମୁଁ ଦେଶବାସୀଙ୍କ ଦୀପାବଳିର ଖୁସିକୁ ଦ୍ୱିଗୁଣିତ କରିବାକୁ ଯାଉଛି। ଦେଶବାସୀଙ୍କୁ ଏକ ବଡ଼ ଉପହାର ମିଳିବ। ଏବେ ସମୟର ଆବଶ୍ୟକତା ହେଉଛି ଜିଏସଟି ହାର ସମୀକ୍ଷା କରିବା। ଆମେ ନୂତନ ପିଢ଼ି ପାଇଁ ସେଭଳି ଏକ ଜିଏସଟି ଆଣିବୁ। ସାଧାରଣ ଲୋକଙ୍କ ପାଇଁ ଟିକସ ହ୍ରାସ କରାଯିବ। ଜିଏସଟି ହାର ବ୍ୟାପକ ଭାବରେ ହ୍ରାସ କରାଯିବ ଯାହା ଦ୍ୱାରା ଲୋକମାନେ ଅଧିକ ସୁବିଧା ପାଇପାରିବେ। ଆମେ ନିଜକୁ ଶକ୍ତିଶାଳୀ କରିବା ପାଇଁ ଏବଂ ଆବଶ୍ୟକ ହେଲେ ଅନ୍ୟମାନଙ୍କୁ ବାଧ୍ୟ କରିବା ପାଇଁ ସ୍ୱଦେଶୀ ବ୍ୟବହାର କରିବୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe