Image Courtesy of NDTV
ନୂଆଦିଲ୍ଲୀ: ଇହୁଦୀ ପର୍ବ ହାନୁକ୍କା ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟହୁ ଏବଂ ସେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଠ ଦିନ ଧରି ପାଳନ କରାଯାଉଥିବା ହାନୁକ୍କା ଏବଂ ଦୀପାବଳି ମଧ୍ୟରେ ସାମଞ୍ଜସ୍ୟ ଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଛନ୍ତି।
ସେ ଇସ୍ରାଏଲ୍ର ସରକାରୀ ଭାଷା ହିବ୍ରୁରେ ମଧ୍ୟ ଏ କଥା ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି: ଇସ୍ରାଏଲ୍ବାସୀଙ୍କୁ ଚାଗ୍ ହାନୁକ୍କା ସମିଚ୍। ମନ୍ଦ ଉପରେ ଭଲର ବିଜୟ ଦର୍ଶାଉଥିବା ହାନୁକ୍କା ଓ ଦୀପାବଳି ପର୍ବ ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଆଉ ଏକ ସାଂସ୍କୃତିକ ସାମଞ୍ଜସ୍ୟ ଥିବା କଥା ବର୍ଣ୍ଣନା କରୁଛି।
Image Source: Dainkbhaskarହାନୁକ୍କାକୁ କେତେକ ଚନୁକା ବୋଲି କହନ୍ତି। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ଜେରୁଜେଲମ୍ରେ ଦ୍ୱିତୀୟ ମନ୍ଦିରର ପୁନଃଉତ୍ସର୍ଗ ଦିବସ ପାଇଁ ଏହା ପାଳନ କରାଯାଏ। କିଂବଦନ୍ତୀ ଅନୁସାରେ, ଗ୍ରୀକ୍ ଓ ସିରିୟାର ଅତ୍ୟାଚାରୀଙ୍କ ବିରୋଧ ଆରମ୍ଭ ହୋଇଥିବା ମାକାବିନ୍ ବିଦ୍ରୋହ ସମୟରେ ଇହୁଦୀମାନେ ଏହି ମନ୍ଦିର ତୋଳିଥିଲେ।
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ମଧ୍ୟ ହାନୁକ୍କା ଅଭିନନ୍ଦନ ପଠାଇଛନ୍ତି।
Follow Us