ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ସାଇନ୍‌ ଅଫ୍‌ କରି ୭ଜଣ ସଫଳ ମହିଳାଙ୍କୁ ଦାୟିତ୍ୱ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ସାଇନ୍‌ ଅଫ୍‌ କରି ୭ଜଣ  ସଫଳ ମହିଳାଙ୍କୁ ଦାୟିତ୍ୱ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Image Source: Hindustan Times

ନୂଆଦିଲ୍ଲୀ: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ ସାଇନ୍‌ ଅଫ୍‌ କରିଛନ୍ତି। ଆଜି ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସେ ତାଙ୍କ ଆକାଉଣ୍ଟ୍‌ର ଦାୟିତ୍ୱ ଦେଇଛନ୍ତି ଦେଶର ସାତଜଣ ସଫଳ ମହିଳାଙ୍କୁ। ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟ୍‌ରେ ଆଜି ଦିନତମାମ ସେମାନେ ନିଜ ନିଜର ଜୀବନଯାତ୍ରାର କାହାଣୀ ସେୟାର୍‌ କରିବେ।

ସାଇନ୍‌ ଅଫ୍‌ କରିବା ପୂର୍ବରୁ ମହିଳା ଦିବସ ଅବସରରେ ମୋଦୀ ଟୁଇଟ୍‌ କରିଥିଲେ: ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଅଭିନନ୍ଦନ! ଆମ ନାରୀଶକ୍ତିର ଉଚ୍ଛ୍ୱାସ ଏବଂ ସଫଳତାକୁ ଆମେ ଅଭିବାଦନ ଜଣାଉଛୁ।

ସାଇନ୍‌ ଅଫ୍‌ କରିବି ବୋଲି ମୁଁ କିଛି ଦିନ ପୂର୍ବେ କହିଥିଲି। ଏବେ ସାଇନ୍‌ ଅଫ୍‌ କରୁଛି। ମୋ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ଆଜି ଦିନ ତମାମ ସାତଜଣ ସଫଳ ମହିଳା ସେମାନଙ୍କର ଜୀବନ ଯାତ୍ରା କଥା ସେୟାର୍‌ କରିବେ। ଆପଣମାନଙ୍କ ସହ ଭାବବିନିମୟ ବି କରି ପାରନ୍ତି।

ପ୍ରଧାନମନ୍ତ୍ରୀ ସାଇନ୍‌ ଅଫ୍‌ କରିବା ପରେ ତାଙ୍କର ପ୍ରଥମ ଟୁଇଟର୍‌ ହାଣ୍ଡେଲ୍‌ ହୋଇଛନ୍ତି ଫୁଡ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ସଂସ୍ଥାପିକା ସ୍ନେହା ମୋହନଦୋସ। ସେ ଲେଖିଛନ୍ତି: ଉତ୍ତମ ଭାବନା ନିମନ୍ତେ ଖାଦ୍ୟର ଆବଶ୍ୟକତା କଥା ଆପଣ ଶୁଣିଥିବେ। ଏବେ ଦରିଦ୍ରମାନଙ୍କର ଉନ୍ନତ ଭବିଷ୍ୟତ ନିମନ୍ତେ କାର୍ଯ୍ୟ କରିବାର ସମୟ ଆସିଛି। ନିଜର ପରିଚୟ ଥିବା ଏକ ଭିଡିଓ ପୋଷ୍ଟ୍‍ କରି ସେ ଲେଖିଛନ୍ତି ମୁଁ ମୋ ମାଆଙ୍କ ଠାରୁ ପ୍ରେରଣା ପାଇଛି। ସେ ମୋତେ ନିରାଶ୍ରୟମାନଙ୍କୁ ଖୁଆଇବା ଅଭ୍ୟାସରେ ପକାଇଥିଲେ। ସେଥିପାଇଁ ମୁଁ ‘ଫୁଡ୍‌ବ୍ୟାଙ୍କ୍‌ ଇଣ୍ଡିଆ’ ନାମକ ଅନୁଷ୍ଠାନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe