ଟୋକିଓ ଅଲିମ୍ପିକ୍ସ୍‌ରେ ଭାରତୀୟ ହକି ଟିମ୍‌ର ଖେଳ ଦେଖିବା ଲାଗି ଆଜି ଯୋଗାଭ୍ୟାସ କଲେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଟୋକିଓ ଅଲିମ୍ପିକ୍ସ୍‌ରେ ଭାରତୀୟ ହକି ଟିମ୍‌ର ଖେଳ ଦେଖିବା ଲାଗି ଆଜି ଯୋଗାଭ୍ୟାସ କଲେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of The Economic Times

ନୂଆଦିଲ୍ଲୀ: ଆଜି ଟୋକିଓର ଅଲିମ୍ପିକ୍‌ସ୍‌ ଷ୍ଟାଡିୟମ୍‌ରେ ଭାରତ ଓ ଜର୍ମାନି ମଧ୍ୟରେ ଅନୁଷ୍ଠିତ ଐତିହାସିକ ହକି ଖେଳ ଦେଖିବା ଲାଗି ସମୟ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଯୋଗାଭ୍ୟାସ କରିନାହାନ୍ତି। ସେହି ସମୟ ମଧ୍ୟରେ ସେ ଉଭୟ ଦେଶ ମଧ୍ୟରେ ଚାଲିଥିବା ଖେଳ ସମ୍ପୂର୍ଣ୍ଣରୂପେ ଦେଖିଥିଲେ। ଏହା ପରେ ପରେ ସେ ଭାରତୀୟ ଅଲିମ୍ପିକ୍ସ୍‌ ହିରୋ ତଥା ପଦକ ବିଜେତାମାନଙ୍କ ସହ ଆଳାପ କରିଥିଲେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତରୀ ସବୁ ଦିନ ଯୋଗ କରନ୍ତି।

ଏଥିସହ, ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ ଜରିଆରେ ମଧ୍ୟ ଭାରତୀୟ ପୁରୁଷ ହକି ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଅବିସ୍ମରଣୀୟ! ପ୍ରତ୍ୟେକ ଭାରତୀୟଙ୍କ ସ୍ମୃତିପଟଳରେ ଖୋଦେଇ ହୋଇ ରହିବା ପରି ଦିନଟିଏ।

publive-image Image Courtesy of India Today

ଦେଶ ପାଇଁ କାଂସ୍ୟପଦକ ହାସଲ କରିଥିବାରୁ ଆମର ପୁରୁଷ ହକି ଟିମ୍‌କୁ ଅଭିନନ୍ଦନ। ଏହି କୃତ୍ବିତ୍ବ ସହ, ସେମାନେ ସମଗ୍ର ଦେଶର କଳ୍ପନାକୁ ଅକ୍ତିଆର କରିଛନ୍ତି, ବିଶେଷଭାବେ ଆମ ଯୁବବର୍ଗଙ୍କର। ଆମ ହକି ଟିମ୍‌ ପାଇଁ ଭାରତ ଗୌରବାନ୍ବିତ।

ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ କ୍ରୀଡ଼ାରେ ଆଜି ଭାରତୀୟ ପୁରୁଷ ହକି ଟିମ୍‌ ବିଜୟ ହାସଲ କରିଛି। ପ୍ରତିଦ୍ବନ୍ଦ୍ବୀ ଜର୍ମାନିକୁ ୫-୪ରେ ପରାସ୍ତ କରି ଭାରତୀୟ ଟିମ୍‌ ଏହି ଗୌରବର ଅଧିକାରୀ ‌‌ହୋଇ ପାରିଛି। ଶେଷଥର ପାଇଁ ଭାରତ ୧୯୮୦ ମସିହାରେ ମସ୍କୋ ଅଲିମ୍ପିକ୍‌ କ୍ରୀଡ଼ାରେ ହକି ପ୍ରତିଯୋଗିତାରେ ବିଜୟୀ ହୋଇଥିଲା।

ଟୋକିଓ ଅଭିଯାନରେ ଭାରତୀୟ ପୁରୁଷ ହକି ଟିମ୍‌ ଚମତ୍କାରିତା ପ୍ରଦର୍ଶନ କରିଛି। ଅଷ୍ଟ୍ରେଲିଆ ଠାରୁ ସେମାନେ ଶୋଚନୀୟ ପରାଜୟ ସ୍ବୀକାର କରିଥିଲେ ବି କ୍ବାର୍ଟର୍‌ ଫାଇନାଲ୍‌ରେ ଗ୍ରେଟ୍‌ ବ୍ରିଟେନ୍‌କୁ ହରାଇ ପୁନର୍ବାର ଖେଳିବାର ସୁଯୋଗ ପାଇଥିଲେ। ସେମିଫାଇନାଲ୍‌ରେ ବେଲ୍‌ଜିୟମ୍‌ ଠାରୁ ପରାସ୍ତ ହୋଇ ମଧ୍ୟ ଆଜି ଜର୍ମାନି ଉପରେ ବିଜୟ ଲାଭ କରି କାଂସ୍ୟ ପଦକ ପାଇ ଭାରତୀୟ ପୁରୁଷ ହକି ଟିମ୍ ଦେଶକୁ ଗର୍ବିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe