ଜନ୍ମବାର୍ଷିକୀରେ ପଣ୍ଡିତ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ସୋନିଆ ଗାନ୍ଧୀ

Advertisment
ଜନ୍ମବାର୍ଷିକୀରେ ପଣ୍ଡିତ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ସୋନିଆ ଗାନ୍ଧୀ

Image Courtesy of India Today

ନୂଆଦିଲ୍ଲୀ: ଆଜି ଜନ୍ମବାର୍ଷିକୀ ଅବସରରେ ପଣ୍ଡିତ ଜବାହର୍‌ଲାଲ୍‌ ନେହେରୁଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଅନ୍ୟାନ୍ୟ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଜନ୍ମବାର୍ଷିକୀ ଅବସରରେ ପଣ୍ଡିତ ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି।

ସେହିପରି, କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ସମାଧିସ୍ଥଳ ଶାନ୍ତିବନ ଯାଇଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର୍‌ଲାଲ୍‌ ନେହେରୁଙ୍କ ପ୍ରତି ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି।

publive-image Image Courtesy of Twitter

କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଧ୍ୟ ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଲେଖିଛନ୍ତି, ସତ୍ୟ, ଏକତା ଏବଂ ଶାନ୍ତି ଉପରେ ଗୁରୁତ୍ବାରୋପ କରୁଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରୁଛି।

୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜବାହର୍‌ଲାଲ୍‌ ନେହେରୁ ଜନ୍ମ ଗ୍ରହଣ କରିଥିଲେ। ୧୯୬୪ ମସିହା ମେ ୨୭ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା।

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର୍‌ଲାଲ୍‌ ନେହେରୁଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ଶିଶୁ ଦିବସ’ ଭାବେ ପାଳନ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe