ହିମାଚଳର ରୁଟି ଖାଇଛି, ଏହାର ଋଣ ଶୁଝିବାକୁ ହେବ; ନିର୍ବାଚନର ବିଗୁଲ ଫୁଙ୍କି ଏଭଳି କହିଲେ ପ୍ରଧାନମନ୍ତ୍ରୀ

Advertisment
ହିମାଚଳର ରୁଟି ଖାଇଛି, ଏହାର ଋଣ ଶୁଝିବାକୁ ହେବ; ନିର୍ବାଚନର ବିଗୁଲ ଫୁଙ୍କି ଏଭଳି କହିଲେ ପ୍ରଧାନମନ୍ତ୍ରୀ

indiatoday

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ହିମାଚଳ ପ୍ରଦେଶରେ ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି। ଏହା ସହ ବିଜେପି ସରକାର କେବଳ ମୂଳଦୁଆ ପକାଇବ ନାହିଁ ବରଂ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ହିମାଚଳ ପ୍ରଦେଶର ବିଲାସପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସର ଉଦଘାଟନ କରିବା ସହିତ ସେ ହିମାଚଳ ପ୍ରଦେଶକୁ ୩୬୫୦କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ମଧ୍ୟ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବିଲାସପୁରର ଲୁହଣୁ ମଇଦାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ହିମାଚଳ ପ୍ରଦେଶ ହେଉଛି ବୀରମାନଙ୍କ ରାଜ୍ୟ। ମୁଁ ହିମାଚଳର ରୁଟି ଖାଇଛି, ତେଣୁ ମୋତେ ମଧ୍ୟ ଏହି ରାଜ୍ୟର ଋଣ ପରିଶୋଧ କରିବାକୁ ହେବ।

ଚଳିତ ବର୍ଷ ଶେଷରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟର ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ନିର୍ବାଚନ ଶେଷ ହେବା ପରେ ସେମାନେ କେବଳ ମୂଳଦୁଆ ପକାଇଲେ ଏବଂ ପ୍ରକୃତ ପ୍ରକଳ୍ପ ବିଷୟରେ ଭୁଲିଗଲେ। ୨୦୧୪ରେ ହିମାଚଳ ପ୍ରଦେଶରେ କେବଳ ତିନୋଟି ମେଡିକାଲ କଲେଜ ଥିଲା। ଗତ ୮ବର୍ଷ ମଧ୍ୟରେ ଆହୁରି ୮ଟି ମେଡିକାଲ କଲେଜ ଏବଂ ଏମ୍ସ ନିର୍ମାଣ କରାଯାଇଛି।

ତେବେ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଲୁ ଅଭିମୁଖେ ଯାଇ ଦଶହରା ରଥ ଯାତ୍ରାରେ ଭାଗ ନେଇଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe