ଅସୁସ୍ଥ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ

Advertisment

ଅକ୍ଟୋବର ୧୦ରେ ସିନେମା ରିଲିଜ ହେବାକୁ ଥିବା ବେଳେ ଅସୁସ୍ଥ ହେଲେ ରାଜନୀକାନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ କରି ସୁପରଷ୍ଟାରଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ପଚାରି ବୁଝିଲେ।

ଅକ୍ଟୋବର ୧୦ରେ ସିନେମା ରିଲିଜ ହେବାକୁ ଥିବା ବେଳେ ଅସୁସ୍ଥ ହେଲେ ରାଜନୀକାନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ କରି ସୁପରଷ୍ଟାରଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ପଚାରି ବୁଝିଲେ।

ER4E

ନୂଆଦିଲ୍ଲୀ:ଗତକାଲି (ସୋମବାର) ବିଳମ୍ବିତ ରାତିରେ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ବି ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲରେ ଭର୍ତ୍ତି ହେବାପରେ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଚିନ୍ତା ବଢ଼ି ଯାଇଥିଲା କିନ୍ତୁ ଚିକିତ୍ସା ପରେ ଏବେ ତାଙ୍କ ଅବସ୍ଥା ସ୍ଥିର ଅଛି। ଦୁଇଦିନ ପରେ ତାଙ୍କୁ ହସ୍ପିଟାଲରୁ ଛୁଟି କରିଦିଆଯିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି । 

ରାଜନୀକାନ୍ତଙ୍କ ଅସୁସ୍ଥ ହେବାର ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ କରି ସୁପରଷ୍ଟାରଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ପଚାରି ବୁଝିଥିଲେ।

ରଜନୀକାନ୍ତଙ୍କ କାମ କଥା କହିଲେ ଆସନ୍ତା ଅକ୍ଟୋବର ୧୦ତାରିଖରେ ରଜନୀକନ୍ତଙ୍କ ଅଭିନୀତ ତାମିଲି ଫିଲ୍ମ 'ଭେଟ୍ଟିୟାନ' ପରଦାକୁ ଆସିବାକୁ ଯାଉଛି । ସେହିପରି ତାମିଲି ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ 'କୁଲି' ଫିଲ୍ମର ସୁଟିଂ ବର୍ତ୍ତମାନ ଜାରି ରହିଛି । ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରୁଛନ୍ତି । ଏହା ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ ହେବାକୁ ଯାଉଛି। 

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅସୁସ୍ଥ ଥିବା ନେଇ ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କୁ ଭଲ ପାଉଥିବା ଫ୍ୟାନ୍ସ । ରଜନୀକାନ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସମସ୍ତେ କାମନା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe