ପ୍ରଧାନମନ୍ତ୍ରୀ ମୋଦୀ ୨୫ଥର କୃଷକ ଆଇନ ବିଷୟରେ ଆଲୋଚନା କରିଛନ୍ତି, ପଠାଯାଇଛି ୨,୨୩ କୋଟି ଏସଏମଏସ୍ଏ; ତଥାପି ଆନ୍ଦୋଳନ ଜାରି

ମର୍ଣ୍ଣି କନ୍‌ସଲ୍ଟ ସର୍ଭେ : ମୋଦୀ ବିଶ୍ବର ସବୁଠାରୁ ଗ୍ରହଣୀୟ ନେତା

DNA India

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷି ଆଇନରେ କିଛି ପରିବର୍ତ୍ତନ ଆଣିବାକୁ ରାଜି ଅଛନ୍ତି। କିନ୍ତୁ ନୂତନ ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଜିଦ୍ ଧରିଛନ୍ତି ଏବଂ ଗତ ୧୬ ଦିନ ଧରି ସେମାନଙ୍କ ଆନ୍ଦୋଳନ ଜାରି ରଖିଛନ୍ତି। କୃଷି ଆଇନ ପୂର୍ବରୁ ଏବଂ ପରେ କୃଷକ ସଂଗଠନ ଏବଂ ସେମାନଙ୍କ ପ୍ରତିନିଧିଙ୍କ ସହ କେନ୍ଦ୍ର ନିରନ୍ତର କଥାବାର୍ତ୍ତା ହୋଇଥିଲା। ଏଥିସହିତ ଯଦି ଆବଶ୍ୟକ ପଡ଼େ ତେବେ ଏହାକୁ ସଂଶୋଧନ କରାଯିବା ବୋଲି ବି କୁହାଯାଇଥିଲା। ଏହି ସଂଶୋଧନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ରୁ ଅଧିକ ଥର ଆଲୋଚନା ମଧ୍ୟ କରିଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, କୃଷି ଆଇନର ଅନୁମୋଦନ ପୂର୍ବରୁ ଏବଂ ପରେ ସରକାର କୃଷକଙ୍କ ନିକଟରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୫ରୁ ଅଧିକ ଥର ଏପ୍ରସଙ୍ଗରେ କୃ୍ଷକଙ୍କ ସହ ଆଲୋଚନା କରାଯାଇଛି। ଏଥିସହିତ ଅକ୍ଟୋବରରେ ୨.୨୩ କୋଟିରୁ ଅଧିକ ଏସଏମଏସ ଚାଷୀଙ୍କ ନିକଟକୁ ପଠାଯାଇଥିବା ବେଳେ ୧,୩୭,୦୫୪ଟି ୱେବିନାର ଆୟୋଜନ କରାଯାଇଥିଲା। ଯାହାକି ୯୨ ମିଲିୟନ କୃଷକଙ୍କ ନିକଟରେ ପହଞ୍ଚିଥିଲା। କେବଳ ଏତିକି ନୁହେଁ ଏହାକୁ ନେଇ କୃଷିମନ୍ତ୍ରୀ ଅନେକ ଥର ବୈଠକ ବି କରିଛନ୍ତି।

କୃଷକ ଆଇନକୁ ନେଇ ପ୍ରଧାନମନ୍ତ୍ରୀ ସପ୍ତାହିକ ବିଷୟ ଉପରେ ପ୍ରତି ସପ୍ତାହରେ ୨୫ ରୁ ଅଧିକ ଥର ନୂଆ ସୂଚନା ବିଷୟରେ ଉଲ୍ଲେଖ କରିଥିଲେ। ଏହା ସତ୍ତ୍ବେ ବି ଆନ୍ଦୋଳନ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe