ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଧାନମନ୍ତ୍ରୀଙ୍କ ପରିଧାନ ଉତ୍ତରାଖଣ୍ଡର ଟୋପି ଓ ମଣିପୁରୀ ଉତ୍ତରୀୟ

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଧାନମନ୍ତ୍ରୀଙ୍କ ପରିଧାନ ଉତ୍ତରାଖଣ୍ଡର ଟୋପି ଓ ମଣିପୁରୀ ଉତ୍ତରୀୟ

Image Courtesy of India Today

ନୂଆଦିଲ୍ଲୀ: ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜପଥରେ ଭବ୍ୟ ପରେଡ୍‌ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଉତ୍ତରାଖଣ୍ଡର ପାରମ୍ପରିକ ଟୋପି ଏବଂ ମଣିପୁରର ଉତ୍ତରୀୟ ପରିଧାନ କରି ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଲାଗି ‘ଜାତୀୟ ଯୁଦ୍ଧ ସ୍ମାରକୀ’ ପରିଦର୍ଶନ କରିଥିଲେ।

ଏହାଛଡ଼ା, ସେ ଉତ୍ତରାଖଣ୍ଡ ରାଜ୍ୟର ଜାତୀୟ ପୁ‌ଷ୍ପ ‘ବ୍ରହ୍ମକମଳ’ ମଧ୍ୟ ଧାରଣ କରିଥିବା ଦେଖାଯାଇଥିଲା। କେଦାରନାଥରେ ପୂଜାର୍ଚ୍ଚନା ବେଳେ ସେ ଏହି ଫୁଲ ଅର୍ପଣ କରନ୍ତି।

କୌତୂହଳର କଥା ହେଲା, ପ୍ରଧାନମନ୍ତ୍ରୀ ପରିଧାନ କରିଥିବା ସାମଗ୍ରୀ ସବୁ ଆସନ୍ତା ମାସରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ସହ ସମ୍ପୃକ୍ତ ଅଟେ।

publive-image Image Courtesy of Zee News

‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପ୍ରଧାନମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସେଠାରେ ଥିବା ‘ଡିଜିଟାଲ୍‌ ସେରିମନିଆଲ୍‌ ବୁକ୍‌’ରେ ସ୍ବାକ୍ଷର କରିଥିଲେ। ସହିଦମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ସାଧାରଣତନ୍ତ୍ର ଦିବସ ପରେଡ୍‌ ହେଉଥିବା ରାଜପଥ ଅଭିମୁଖେ ବାହାରିଥିଲେ।

ସେଠାରେ ପହଞ୍ଚିବା ପରେ ପରେଡ୍‌ ପାଇଁ ରାଜପଥରେ ପହଞ୍ଚିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପାଛୋଟି ନେଇଥିଲେ। ‘ସେରିମନିଆଲ୍‌ ବ୍ୟାଟେରି’ର ୮୭୧ ଫିଲଡ୍‌ ରେଜିମେଣ୍ଟ୍‌ ୨୧ଟି ତୋପ ସଲାମୀ ଦେବା ପରେ ରାଷ୍ଟ୍ରପତି ପରେଡ୍‌ ଉତ୍ସବର ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe