‘ଗୋଟିଏ ଗଛ ମା’ଙ୍କ ନାମରେ’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ବିଶ୍ୱ ପରିବେଶ ଦିବସରେ ଗଛ ଲଗାଇଲେ

‘ଗୋଟିଏ ଗଛ ମା’ଙ୍କ ନାମରେ’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ‘ଏକ ପେଡ୍ ମା କେ ନାମ’ (ଗୋଟିଏ ଗଛ ମା’ଙ୍କ ନାମରେ) ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଶ୍ରୀ ମୋଦୀ ଏକ ଅଶ୍ୱତଥ୍‌ ଗଛ ଲଗାଇଛନ୍ତି। ଆମ ପୃଥିବୀକୁ ଉନ୍ନତ କରିବାରେ ଯୋଗଦାନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ଭାରତ ଅନେକ ସାମୂହିକ ପ୍ରୟାସ ହାତକୁ ନେଇଛି ଯାହା ଫଳରେ ସମଗ୍ର ଦେଶରେ ଜଙ୍ଗଲ ବୃଦ୍ଧି ପାଇଛି। ନିରନ୍ତର ବିକାଶ ଦିଗରେ ଆମର ପ୍ରୟାସ ପାଇଁ ଏହା ବହୁତ ଭଲ ବୋଲି ଶ୍ରୀ ମୋଦୀ ଆହୁରି କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ଥ୍ରେଡ୍ ପୋଷ୍ଟ କରି କହିଛନ୍ତି; ‘‘ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଗୋଟିଏ ଗଛ ମା’ଙ୍କ ନାମରେ ଅଭିଯାନ ଆରମ୍ଭ କରି ଖୁସି ଲାଗୁଛି। ମା'ଙ୍କୁ ସମ୍ମାନ ଜଣାଇ ଆଗାମୀ ଦିନରେ ଏକ ବୃକ୍ଷ ରୋପଣ କରିବାକୁ ମୁଁ ଭାରତ ତଥା ସମଗ୍ର ବିଶ୍ୱର ସମସ୍ତଙ୍କୁ ଆହ୍ୱାନ କରୁଛି । ମା’ଙ୍କ ପାଇଁ ଲଗାଅ କିମ୍ବା ଗୋଟିଏ ଗଛ ମା’ଙ୍କ ନାମରେ ହାଶଟ୍ୟାଗ୍‌ ବ୍ୟବହାର କରି ଏପରି କରୁଥିବାର ଫଟୋ ସେୟାର କରନ୍ତୁ।’’

"ଆଜି ସକାଳେ ମୁଁ ପ୍ରକୃତି ମାତାଙ୍କ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଆପଣେଇବା ପାଇଁ ଆମର ପ୍ରତିବଦ୍ଧତା ଅନୁଯାୟୀ ଏକ ବୃକ୍ଷ ରୋପଣ କରିଥିଲି । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆମ ପୃଥିବୀକୁ ଉନ୍ନତ କରିବାରେ ଯୋଗଦାନ କରନ୍ତୁ। ‘‘ଏହା ଆପଣ ସମସ୍ତଙ୍କୁ ବହୁତ ଖୁସି କରିବ ଯେ ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଅନେକ ସାମୂହିକ ପ୍ରୟାସ ହାତକୁ ନେଇଛି ଯାହା ଫଳରେ ସମଗ୍ର ଦେଶରେ ଜଙ୍ଗଲ ବୃଦ୍ଧି ପାଇଛି । ନିରନ୍ତର ବିକାଶ ଦିଗରେ ଆମର ପ୍ରୟାସ ପାଇଁ ଏହା ବହୁତ ଭଲ । ସ୍ଥାନୀୟ ଜନ ସମୁଦାୟ କିପରି ଏହି ଅବସରରେ ଆଗେଇ ଆସିଛନ୍ତି ଏବଂ ଏଥିରେ ନେତୃତ୍ୱ ନେଇଛନ୍ତି ତାହା ମଧ୍ୟ ପ୍ରଶଂସନୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe