ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Advertisment
ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ୭୪ତମ ସ୍ବାଧୀନତା ଦିବସ ଅବସରରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଛନ୍ତି।

publive-image image source-postcard news

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ  କହିଛନ୍ତି, ‘ଆଜି ହେଉଛି ସେହି ଦିନ ଯେତେବେଳେ ଆମେ ଦେଶର ସେବା କରୁଥିବା ପ୍ରତିରକ୍ଷା ବାହିନୀ, ପୁଲିସ୍ ଫୋର୍ସ, ସୁରକ୍ଷା ବଳ ଏବଂ ଦେଶର କୋଟି କୋଟି ନାଗରିକଙ୍କୁ ସମ୍ମାନ ଦେଉଛୁ।’

publive-image image source-english.jagran.com

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  କୋଭିଡ -୧୯ ମହାମାରୀ ସମୟରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ଉକ୍ତ ପରିବାରମାନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଏହି ମହାମାରୀ ମଧ୍ୟରେ ୧୩୦ କୋଟି ଭାରତୀୟ ଆତ୍ମନିର୍ଭରଶୀଳ ହେବା ପାଇଁ ସଂକଳ୍ପ ନେଇଥିଲେ ଏବଂ 'ଆତ୍ମନିର୍ଭର ଭାରତ ' ଭାରତର ମନରେ ଅଛି। ଏହି ସ୍ୱପ୍ନ ଏକ ପ୍ରତିଶ୍ରୁତିରେ ପରିଣତ ହେଉଛି | ଆଜି ୧୩୦ କୋଟି ଭାରତୀୟଙ୍କ ପାଇଁ ‘ଆତ୍ମନିର୍ଭର ଭାରତ'  ଏକ ମନ୍ତ୍ର ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ଲାହୋରୀ ଫାଟକରେ ପହଞ୍ଚିଥିଲେ। ସେଠାରୋ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାଛୋଟି ନେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡ ଲାଲକିଲ୍ଲାରେ ଗାର୍ଡ ଅଫ୍ ଅନର ଗ୍ରହଣ କରିଥିଲେ। ଲେଫ୍ଟନାଣ୍ଟ କର୍ଣ୍ଣେଲ ଗୌରବ ଏସ୍ ୟେୱାଲକରଙ୍କ ଦ୍ବାରା ଗାର୍ଡ ଅଫ୍ ଅନର ପରିଚାଳିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe