ସନ୍ଥ ରବିଦାସ ଜୟନ୍ତୀ ଅବସରରେ ଭଜନ କୀର୍ତ୍ତନରେ ମସଗୁଲ ହେଲେ ମୋଦୀ

Advertisment
ସନ୍ଥ ରବିଦାସ ଜୟନ୍ତୀ ଅବସରରେ ଭଜନ କୀର୍ତ୍ତନରେ ମସଗୁଲ ହେଲେ ମୋଦୀ

ନୂଆଦିଲ୍ଲୀ: ସନ୍ଥ ରବିଦାସ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର କରୋଲବାଗସ୍ଥିତ ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିରରେ ପହଞ୍ଚିଥିଲେ। ଏହି ଅବସରରେ ସେ ମନ୍ଦିରରେ ପ୍ରାର୍ଥନା ବି କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମନ୍ଦିର ପରିସରରେ ଉପସ୍ଥିତ ଥିବା ମହିଳାମାନଙ୍କ ସହିତ ବସି ଭଜନ କୀର୍ତ୍ତନ କରିଥିଲେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହ ବସି କିଛି ସମୟ କଥା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ସନ୍ଥ ରବିଦାସ ଜୟନ୍ତୀ ଅବସରରେ କରୋଲ ବାଗସ୍ଥିତ ଶ୍ରୀ ଗୁରୁ ରବିଦାସ ବିଷ୍ଣୁ ଧାମ ମନ୍ଦିରରେ ଭକ୍ତଙ୍କ ସହ ପ୍ରଧାନମନ୍ତ୍ରୀ ଭଜନ କୀର୍ତ୍ତନରେ ଭାଗ ନେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଭକ୍ତଙ୍କ ସହ ବସି ଝାଞ୍ଜ ବଜାଉଥିବାର ନଜର ଆସିଥିଲେ।

ଏହା ପୂର୍ବରୁ ଗତକାଲି/ ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ସନ୍ଥ ରବିଦାସଙ୍କୁ ପୂଜା କରିବା ସମୟର କିଛି ଫଟୋ ଟ୍ୱିଟରରେ ପୋଷ୍ଟ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ମହାନ ସନ୍ଥ ଗୁରୁ ରବିଦାସ ଜୀଙ୍କର ଜନ୍ମ ବାର୍ଷିକୀ । ସେ ଯେଭଳି ଭାବେ ସମାଜରୁ ଜାତି ଏବଂ ଅସ୍ପୃଶ୍ୟତା ଭଳି ମନ୍ଦ ପ୍ରଥାକୁ ଦୂର କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ତାହା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଅଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe